Odia News Portal

ମୋବାଇଲ ଆପରେ ଦାଖଲ ହେବ ନାମାଙ୍କନ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆ​ୟୋଗ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ମୋବାଇଲ ଆପରେ କାମ ଚାଲିଛି। ଏହା ମାଧ୍ୟମରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ।ତେବେ ଏ ଆପକୁ ବିହାର ନିର୍ବାଚନ ପୂର୍ବରୁ ଜାରି କରାଯାଇପାରେ।

ପ୍ରଥମଥର ପାଇଁ ପ୍ରାର୍ଥୀଙ୍କୁ ଅନଲାଇନ ମାଧ୍ୟମରେ ନାମାଙ୍କନ ଦାଖଲ କରିବାର ଅନୁମତି ମିଳିବ। ଦେଶରେ କରୋନା ମାମଲା ୫୭ ଲକ୍ଷ ଟପିଗଲାଣି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମତଦାନଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ବହୁ ପରିବର୍ତନ ଘୋଷଣା କରିଛନ୍ତି।

ତେବେ ଅନଲାଇନ୍ ନାମାଙ୍କନ ଦାଖଲ କରିବା ପ୍ରାର୍ଥୀଙ୍କ ପାଇଁ ବିକଳ୍ପ ବି ରହିବ। ଯଦି କେହି ଅଫ୍ ଲାଇନ୍ ନାମାଙ୍କନ ଦାଖଲ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ।