Odia News Portal

ନିଖୋଜ ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ମିଳିଲା ସୂଚନା

ନିଖୋଜ ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ମିଳିଲା ସୂଚନା | ରାମେଶ୍ୱରମରୁ ଠାବ ହେଲେ ପୂର୍ବତନ ଆସିକା ବିଧାୟକ । ପୁଅକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ନିଜେ ପୂର୍ବତନ ବିଧାୟକ । ସେ ପ୍ରଥମେ ଗୋଆ ପରେ ସେଠାରୁ ରାମେଶ୍ୱରମ ଯାଇଥିଲେ । ଗତ ୧୨ ତାରିଖରୁ ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପରିବାର ।

ସେ କେଉଁ କେଉଁ ସ୍ଥାନକୁ ଯାଇପାରନ୍ତି, ସେସବୁ ସ୍ଥାନରେ ଅନୁଧ୍ୟାନ କରିଥିଲା ପୋଲିସ । ଏମିତିକି ସମସ୍ତ ସମ୍ପର୍କୀୟଙ୍କୁ ଯୋଗଯୋଗ କରାଯାଇଥିଲା । ରାଜ୍ୟର ବିଭିନ୍ନ ଥାନାକୁ ସରୋଜଙ୍କ ଫଟୋ ଓ ତାଙ୍କର ତଥ୍ୟ ପଠାଯାଇଥିଲା ।

ସୂଚନା ଅନୁଯାୟୀ, ଗତ ୧୨ ତାରିଖରୁ ସରୋଜ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ପୁଅ ଥାନାରେ ଏତଲା ଦେଇଥିଲେ ।