Odia News Portal

ଚୋରା ଗଞ୍ଜେଇ ଜବତ, ୪ ଗିରଫ

ସୋନପୁର କୁଞ୍ଜ ଛକ ନିକଟରୁ ସଦର ପୋଲିସ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଧରିଛି । ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୁଞ୍ଜ ଛକ ନିକଟରେ ଏକ ବାଇକରେ ଜଣେ ମହିଳା ଓ ପୁରୁଷ ଯାଉଥିବା ବେଳେ ସନ୍ଦେହ କରି ଅଟକାଇଥିଲେ I ବାଇକ୍ ସର୍ଚ୍ଚ କଲାବେଳେ ବାଇକରୁ ୨୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଥିବା ଜାଣିପାରିଥିଲେ I ଏହି ବାଇକକୁ ଆଉ ଗୋଟେ ବାଇକ ଏସକର୍ଟ କରି ଯାଉଥିବା ଜାଣି ତାକୁ ବି ଧରିଥିଲେ I ସେମାନଙ୍କ ନିକଟରୁ ୪ଟି ମୋବାଇଲ, ଗୋଟେ ଦେଶୀ ପିସ୍ତଲ, ଗୋଟେ ଜୀବନ୍ତ ଗୁଳି ସହିତ ଗୋଟେ ମେଗଜିନ୍ ଜବତ କରିଥିଲେ I ତେବେ ଏହି ଚୋରା ଚାଲାଣ ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ମନମୁଣ୍ଡା ଥାନା ଅଞ୍ଚଳର ଦାମୋଦର ମହାଲିଙ୍ଗ ଓ ଯୋଗେଶ୍ବର ପ୍ରଧାନ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଛତିଶଗଡ ଅଂଚଳର ଗାୟତ୍ରୀ ଶୀଧର ଓ ସାହିଲ ସାହୁ । ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସଦର ପୋଲିସ ଷ୍ଟେସନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।