Odia News Portal

ଟିକା ପାଇଁ ବିଶ୍ୱସ୍ତରୀୟ ଇ-ଟେଣ୍ଡର ଜାରି

ଭୁବନେଶ୍ବର: ରାଜ୍ୟ ଔଷଧ ନିଗମ କରୋନା ଟିକା ଯୋଗାଣ ପାଇଁ ଯୋଗ୍ୟ ବିଡରଙ୍କ ଠାରୁ ଇ-ଟେଣ୍ଡର ପୋର୍ଟାଲ୍ (https://tendersodisha.gov.in) ମାଧ୍ୟମରେ ୩ କୋଟି ୮୦ ଲକ୍ଷ ଡୋଜ୍‌ ଟିକା କିଣିବା ଲାଗି ଅନଲାଇନ୍ ଗ୍ଲୋବାଲ୍ ବିଡ୍ ଘୋଷଣା କରିଛି ।

ବିଡିଂ ପ୍ରକ୍ରିୟା ସହିତ ଜଡିତ ସମସ୍ତ ସୂଚନା ସହିତ ବିଡ୍ଡ ଡକ୍ୟୁମେଣ୍ଟ୍ osmcl.nic.in ଏବଂ tendersodisha.gov.in ରେ ଉପଲବ୍ଧ ରହିଛି ।

ଆସନ୍ତା ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତିପ୍ରାପ୍ତ ଟିକା ଉତ୍ପାଦନକାରୀ କମ୍ପାନି ଆବେଦନ କରିବେ । ୨୮ ତାରିଖ ଦିନ ୧୧.୩୦ରେ ଟେଣ୍ଡର ଖୋଲାଯିବ । ମୋଟ ୩ କୋଟି ୮୦ ଲକ୍ଷ ଡୋଜ୍‌ ଟିକା ରାଜ୍ୟ ସରକାର ଟିକା କିଣିବେ ।

ଭାରତୀୟ ଔଷଧ ନିୟାମକ ଅନୁମୋଦିତ ସଂସ୍ଥାଗୁଡିକ ହିଁ ଆବେଦନ କରିପାରିବେ । ଯେଉଁ ସଂସ୍ଥା ଟେଣ୍ଡର ପାଇବ ୪ ମାସ ମଧ୍ୟରେ ୩ କୋଟି ୮୦ ଲକ୍ଷ ଡୋଜ୍‌ ଠିକା ଯୋଗାଇ ଦେବାକୁ ସର୍ତ୍ତ ରହିଛି । ପ୍ରଥମ ୩୦ ଦିନରେ ୭୫ ଲକ୍ଷ ଡୋଜ୍‌, ୬୦ ଦିନ ଭିତରେ ୨ କୋଟି ୨୫ ଲକ୍ଷ ଡୋଜ୍‌ ଯୋଗାଇ ଦେବେ । ୩ ମାସ ଭିତରେ ଆଉ ୮୦ ଲକ୍ଷ ଓ ୪ ମାସ ମଧ୍ୟରେ ସମସ୍ତ ଡୋଜ୍‌ ଯୋଗାଇ ଦେବାକୁ ବିଜ୍ଞପ୍ତରେ ଦର୍ଶାଯାଇଛି ।