Odia News Portal

ସ୍ୱାମୀ ସାଜିଲା ସୈତାନ

ଯାହା ପାଇଁ ସ୍ତ୍ରୀ ମଥାରେ ସିନ୍ଦୁର ପିନ୍ଧିଥିଲା ସେ ପୋଛିଦେଲା ସିନ୍ଦୁର । ସ୍ତ୍ରୀ କୁ କୁରାଢିରେ ହାଣି ହତ୍ୟା କରିଛି ସ୍ୱାମୀ । ତିରିଂ ଥାନା ଦଲାଯୋଡି ଗାଁରେ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ନୃସଂଶ ଭାବେ ହତ୍ୟା କରିଛି ସ୍ୱାମୀ । କାଠଫାଳିଆରେ ପିଟି ପିଟି ଦରମରା କରିବା ପରେ କୁରାଢିରେ ହାଣି ହତ୍ୟା କରିଛି । ମୃତଦେହ ସହ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ସ୍ୱାମୀ କୁ ଅଟକ ରଖିଛି ପୁଲିସ । ଏହା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।