Odia News Portal

୧୮ରେ ହେବ ଭାରତ-ଶ୍ରୀଲଙ୍କା ସିରିଜ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ତାରିଖ ଫାଇନାଲ ହୋଇସାରିଛି । ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୧୮ ଜୁଲାଇରେ ଖେଳାଯିବ । ଦୁଇ ଦେଶ ମଧ୍ୟରେ ୩ ଏକ ଦୀବସୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ୧୮ ଜୁଲାଇ, ଦ୍ୱିତୀୟ ମ୍ୟାଚ ୨୦ ଜୁଲାଇ ଓ ଅନ୍ତିମ ତଥା ତୃତୀୟ ମ୍ୟାଚ ୨୩ ଜୁଲାଇରେ ଖେଳାଯିବ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁରୀ ଶନିବାର ସୂଚନା ଦେଇଛନ୍ତି ଯେ, ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଆଗାମୀ ଦିନିକିଆ ସିରିଜ ୧୮ ଜୁଲାଇରୁ ଆରମ୍ଭ ହେବ । ପ୍ରଥମେ ଏହି ସିରିଜ କୋଲମ୍ବୋରେ ୧୩ ଜୁଲାଇରେ ଆରମ୍ଭ ହେବାର ଥିଲା । ହେଲେ ଏବାର ତାରିଖ ବୃଦ୍ଧି କରାଯାଇଛି ।

କହିରଖୁଛୁ, ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୋଚ ଗ୍ରାଣ୍ଟ ପ୍ଲାଓାର ଗୁରୁବାର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ଟିମର ସମସ୍ତ ସଦସ୍ୟ ପୁଣି ଥରେ କରୋନା ଟେଷ୍ଟ କରିଥିଲେ । ଶୁକ୍ରବାର ରିପୋର୍ଟ ଆସିବା ପରେ ଜଣାପଡିଥିଲା ଯେ, ତାଙ୍କର ଭିଡିଓ ଏନାଲିଷ୍ଟ ଜିଟି ନିରୋସାନ ବି ଭାଇରସ ସଂସ୍ପର୍ଶରେ ଆସିଥିଲେ ।