Odia News Portal

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ଭାରତ

ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହୋଇଛି। ସୂର୍ଯ୍ୟକୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ କରିଥିଲା। ୱେଷ୍ଟଇଣ୍ଡିଜ ଇନିଂସରେ କାଏଲ ମେୟର୍ସ ୭୩, ରୋଭମାନ ପାୱେଲ ୨୩, ଅଧିନାୟକନିକୋଲାସ ପୁରନ ୨୨, ବ୍ରେଣ୍ଡନ କିଙ୍ଗ ୨୦ ଓ ସିମ୍ରନ ହେଟମାୟର ୨୦ ରନ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୨ଟି, ହାର୍ଦ୍ଦିକ ପାଣ୍ଡା ଏବଂ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଜବାବରେ ଭାରତ ୧୬୫ ରନ ଟାର୍ଗେଟର ପିଛା କରି ୧୯ ଓଭରରେ ୩ ୱିକେଟ ବିନିମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଲା। ରିଷଭ ପନ୍ତ ୩୩ ଓ ଦୀପକ ହୁଡା ୧୦ ରନରେ ଅପରାଜିତ ରହି ମ୍ୟାଚ ଫିନିସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୪୪ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୪ ଛକା ସହାୟତାରେ ୭୬, ଶ୍ରେୟାସ ଆୟାର ୨୪ ଓ ଅଧୂନାୟକ ରୋହିତ ଶର୍ମା ୧୧ ରନ କରିଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ଡୋମିନିକ ଡ୍ରାକ୍ସ ଜାସନ ହୋଲ୍ଡର ଓ ଅକେଲ ହୁସେନ ଗୋଟିଏ
ଲେଖାଏଁ ୱିକେଟ ନେଇଥିଲେ।