Odia News Portal

ଭାରତ ସରକାରଙ୍କ “ହର ଘର ତ୍ରିରଙ୍ଗା” ଅଭିଯାନ କୁ ସଫଳ କରିବାକୁ ଅଣ୍ଟା ଭିଡିଛି ଜଗତସିଂହପୁର ଜିଲ୍ଲାରେ ଥିବା ପ୍ରଧାନ ଡାକଘର ସମେତ ସମସ୍ତ ଡାକଘର

ଭାରତ ସରକାର “ହର ଘର ତ୍ରିରଙ୍ଗା” ଅଭିଯାନ କୁ ସଫଳ ମଣ୍ଡିତ କରିବାଲାଗି ଆଜିଠାରୁ ଭାରତ ସରକାର ଭାରତୀୟ ଡାକବିଭାଗକୁ ଦାଇତ୍ୱ ଦେଇଛନ୍ତି । ଏହି ପରିପେକ୍ଷୀରେ ଆଜି କଟକ ଦକ୍ଷିଣ ଡାକ-ମଣ୍ଡଳ ଅଧୀନରେ ଥିବା ଜଗତସିଂହପୁର ପ୍ରଧାନ ଡାକଘର ପରିସରରେ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ଅଧକ୍ଷତାରେ ଭାରତ ସରକାରଙ୍କ “ହର ଘର ତ୍ରିରଙ୍ଗା” ଅଭିଯାନକୁ ସଫଳ କରିବାକୁ ସମସ୍ତ ଡାକ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଜଗତସିଂହପୁର ଉପ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବ୍ରଜରାଜ ହେମରମ ସାର ଜାତୀୟ ପତାକା ପ୍ରଥମେ ଜଗତସିଂହପୁରରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ ପାଇଁ ତାଙ୍କର ମ୍ୟାନେଜମେଣ୍ଟ କମିଟିର ଜଣେ ମେମ୍ବର ଶ୍ରୀଯୁକ୍ତ ମଳୟ କୁମାର ଲେଙ୍କାଙ୍କୁ ୩୦୦ ପିସ ବିକ୍ରି କରି ଶୁଭାରମ୍ଭ କରିଛନ୍ତି ଯେଉଁଟାକି ଗୋଟିଏ ଜାତୀୟ ପତାକା ର ମୂଲ୍ୟ ମାତ୍ର ୨୫ଟଙ୍କା ରହିଛି ।

ଦେଶରେ ଆଜାଦିକ ଅମୃତ ମହୋତ୍ସବ ପାଳନ ହେଉଥିବାବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ 13 ରୁ 15 ଏହି 3 ଦିନ ପର୍ଯ୍ୟନ୍ତ ସମସ୍ତ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସରକାର ଭାରତର ସମସ୍ତ ନାଗରୀୟ ମାନଙ୍କୁ ନିବେଦନ କରିଛନ୍ତି । ଭାରତୀୟ ଡାକ ବିଭାଗ ତାର ବିସ୍ତୃତ ୧୫୯୦୦୦ ଡାକଘରେ ଜାତୀୟ ପତାକା ବିକ୍ରୀର ଶୁଭାରମ୍ଭ କରାଯାଇଛି ।

ଅଧିକ ଡାକଘର ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କ ଶକ୍ତି ସହାୟତାରେ ସ୍ଥାନୀୟ ତଥା ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହିତ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଜାତୀୟ ପତାକା ସମସ୍ତ ଡାକଘରେ ଉପଲବ୍ଧି କରାଇପାରିଛି । ଏଥିସହ ଏହି ଜାତୀୟ ଉତ୍ସବରେ ଡାକଘର ଅଂଶଗ୍ରହଣ କରିଛି ।ସମସ୍ତ ନାଗରିକ ମାନଙ୍କ ପାଇଁ ପ୍ରତେକ ଡାକଘରେ ଆଜିଠାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ମାତ୍ର ୨୫ ଟଙ୍କାରେ ଜାତୀୟ ପତାକା ଉପଲବ୍ଧ ହେବ । କଟକ ଦକ୍ଷିଣ ଡାକ ମଣ୍ଡଳ ତାର ଅଧୀନରେ ଥିବା ୪୦୪ ଡାକଘର ଏବଂ ଜଗତସିଂହପୁର, ଆଠଗଡ଼ ଜିଲ୍ଲାର ମୋଟ ୧୪୦୦ ରୁ ଅଧିକ କର୍ମଚାରୀଙ୍କ ସାହାଯ୍ୟରେ ପ୍ରତେକ ଡାକଘରେ ଏହାକୁ ଉପଲବ୍ଧ କରିବା ପାଇଁ ହୋଇଥିବା ଯୋଜନାକୁ ସଫଳ ମଣ୍ଡିତ କରାଯିବ ବୋଲି କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର କହିଛନ୍ତି ।ଏଥିସହ ଜଗତସିଂହପୁର ଓ ଆଠଗଡ ପ୍ରଧାନ ଡାକଘରେ ଜନସାଧାରଣ ମାନଙ୍କ ପାଇଁ ଦୁଇଟି ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇଛି । ଏହାଦ୍ୱାରା ଜନସାଧାରଣ ନିଜର ସେଲ୍ଫି ଉଠାଇ ସୋସିଆଲ ମିଡ଼ିଆ ଗ୍ରୁପରେ ପୋଷ୍ଟ କରିପାରିବେ ।ଏଥିସହ ହ୍ଵାଟ୍ସଆପ ନମ୍ବର 9853705442 ମାଧ୍ୟମରେ ଘରେ ବସି ଜାତୀୟ ପତାକା କିଣିବାକୁ ମିସେଜ ମାଧ୍ୟମରେ ଅର୍ଡର ଦେଇପାରିବେ।ନିକଟସ୍ଥ ଡାକ କର୍ମଚାରୀ ଏହାକୁ ବିତରଣ କରିବେ ବୋଲି ଶ୍ରୀଯୁକ୍ତ କର ସୂଚନା ଦେଇଛନ୍ତି ।