Odia News Portal

ଟାଙ୍ଗୀରେ ରାଜନୈତିକ ହିଂସାକୁ ନେଇ ଗୁଳିମାଡ

ଟାଙ୍ଗୀ : ଟାଙ୍ଗୀରେ  ରାଜନୈତିକ ହିଂସାକୁ ନେଇ ଗୁଳିମାଡ ହୋଇଛି । ଗୁଳିମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଟାଙ୍ଗୀ ବ୍ଲକ୍ କନ୍ତଳବାଇ ଛକ ନିକଟରେ ଗୁଳିମାଡ ହୋଇଛି । ଦୁଇ ଗୁରୁତର ହେଲେ ଶିବବ୍ରତ ପରିଡା ଓ ତାଙ୍କ ଖୁଡୀ ନଳିନୀ ପରିଡା । ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ଓ ତାଙ୍କ ସମ୍ପର୍କୀୟ ଗୁଳିମାଡରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଗୁଳିମାଡ ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ପୋଲିସ ଫୋର୍ସ ମୁତୟନ ହୋଇଛି ।