Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବାର ଶେଷ ଦିନ

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାନଙ୍କନ ଦାଖଲର ଶେଷ ଦିନ। ଗତ ୪ ଦିନରେ ୧୭୩୦ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ପଞ୍ଚାୟତ ସମିତି ସଭ୍ୟ ଲାଗି ୧୫ ହଜାର ୫୮୩, ସରପଞ୍ଚ ପଦ ଲାଗି ୨୦ ହଜାର ୪୫୭ ଏବଂ ୯୫ହଜାର ୮୧୪ ଜଣ ୱାର୍ଡ ମେମ୍ବର ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଗତକାଲି ଚତୁର୍ଥ ଦିନରେ ମୋଟ ୫୮ ହଜାର ୫୮୮ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେଥିରୁ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ସଂଖ୍ୟା ସହିଛି ୧ ହଜାର ୧୮୨। ପଞ୍ଚାୟତ ସମିତି ସଭ୍ୟ ପାଇଁ ୭ ହଜାର ୮୩୨, ସରପଞ୍ଚ ପଦବୀ ପାଇଁ ୮୮୪୨ ଏବଂ ୱାର୍ଡମେମ୍ବର ପାଇଁ ୪୦ ହଜାର ୭୩୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।