Odia News Portal

ବିଳମ୍ବତ ରାତିରେ ଘରେ ପଶି କଲେ ଡକାୟତି

ସାଲେପୁର: ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘରେ ପଶି ଡକାୟତି କରିଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମଢଙ୍ଗା ଗ୍ରାମରେ । ମଢଙ୍ଗା ଗ୍ରାମର ମାନସ ସେଠୀଙ୍କ ଘରେ ୩ ଜଣ ଡକାୟତ ଗୁରୁବାର ବିଳମ୍ବିତ ରାତିରେ ପଶି ମାନସ ସେଠୀ ଓ ତାଙ୍କ ସ୍ତ୍ରୀଙ୍କ ହାତ ବାନ୍ଧି ନଗଦ ୩୦ ହଜାର ଟଙ୍କା ସୁନା ରୁପା ଓ ଗହଣାଗାଣ୍ଠି ବନ୍ଧୁକ, ଭୁଜାଲି ଦେଖାଇ ଲୁଟି ନେଇଥିଲେ ।
ଘଟଣାସ୍ଥଳରେ ଡକାୟତମାନେ ବ୍ୟବହାର କରିଥିବା ଏକ ଭୁଜାଲିକୁ ଛାଡି ପଳାଇ ଯାଇଛନ୍ତି । ଏନେଇ ମାନସ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଗଂଗେଶ୍ବର ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ମଧ୍ୟ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।