Odia News Portal

୧୦୭ ପୈାରାଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା

ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ । ଏହାକୁ ନେଇ ଯଦି କୌଣସି ଆପତ୍ତି ଅଭିଯୋଗ ଥିବ ତେବେ ଜଣାଇବା ପାଇଁ କୁହାଯାଇଛି । ତା ସହିତ ଯଦି କିଛି ପରାମର୍ଶ ଥାଏ ତେବେ ବିଭାଗକୁ ୧୫ ଦିନ ଭିତରେ ଜଣାଇପାରିବେ । ଆପତ୍ତି ଅଭିଯୋଗ ଓ ପରାମର୍ଶ ପରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ । ରାଜ୍ୟର ୧୦୭ ମ୍ୟୁନିସପାଲଟିରୁ ମହିଳାଙ୍କ ପାଇଁ ୫୪ଟି ସିଟ୍ ସଂରକ୍ଷିତ ରଖାଯାଇଛି । ସେଥିରୁ ସାଧାରଣ ବର୍ଗରେ ୪୦, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ସିଟ୍ ସଂରକ୍ଷିତ ରହିଛି । ଏହାବ୍ୟତିତ ଅନୁସୂଚିତ ଜାତି ପାଇଁ ୮, ଅନୁସୂଚିତ ଜନଜାତି ପାଇଁ ୩ ଏବଂ ୪୨ ପୌରପରିଷଦ ଅଣ ସଂରକ୍ଷିତ ରହିଛି । ବାଲେଶ୍ୱର,ବଲାଙ୍ଗୀର, କେନ୍ଦ୍ରାପଡା, ଫୁଲବାଣୀ , ପୁରୀ ପୌରପରିଷଦ ଅଧ୍ୟକ୍ଷ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।