Odia News Portal

ଅକାଳରେ ଚାଲିଗଲେ ଡାଭିଡ଼ଙ୍କ ବ୍ୟକ୍ତିଗତ ଡ୍ରାଇଭର

ଢେଙ୍କାନାଳ : ଆରପାରିରେ ବଲିଉଡ ର ପ୍ରଖ୍ୟାତ ନିର୍ଦେଶକ ଡାଭିଡ ଧାବନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ କୁମାର ସାହୁ । ମନୋଜ କୁମାର ସାହୁଙ୍କ ର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର କାରନ୍ଦା ଗ୍ରାମରେ।
ସୂଚନାଅନୁସାରେ ଡାଭିଡ ଧାବନଙ୍କ ପୁତ୍ର ବଲିଉଡ ତାରକା ବରୁଣ ଧାବନଙ୍କ ସହିତ ମନୋଜଙ୍କର ଅତି ଘନିଷ୍ଠତା ଥିଲା। ମଙ୍ଗଳବାର ଅପରାହ୍ନ ରେ ମନୋଜ ବରୁଣଙ୍କୁ ତାଙ୍କ ମେହବୁବା ଷ୍ଟୁଡିଓ ରେ ଛାଡିବା ପରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେଲା । ବରୁଣ ଧାବନ ଶୁଟିଂ ବାତିଲ କରି ମନୋଜଙ୍କୁ ତୁରନ୍ତ ଲୀଲାବତୀ ହସ୍ପିଟାଲରେ ଭର୍ତି କରିଥିଲେ । ମାତ୍ର ସେଠାରେ ମନୋଜଙ୍କଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ମନୋଜଙ୍କ ୧୪ ବର୍ଷର ଝିଅ, ୧୨ ବର୍ଷର ପୁଅ ଓ ପତ୍ନୀ ମୁମ୍ବାଇ ଯାଇଥିବାର ଜଣାପଡିଛି ।