Odia News Portal

ବିଦେଶ ପଳାଇଲେ ମାଓ ନେତା ଗଣପତି

ମାଓ ନେତା ଗଣପତି ବିଦେଶ ପଳାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ ନେପାଳ ବାଟ ଦେଇ ଫିଲିପାଇନ୍ସ ପଳାଇଥିବା ସନେ୍ଦହ କରାଯାଉଛି । ଛତିଶଗଡ ବସ୍ତର ଡିଆଇଜି ରତନ ଲାଲ ଡାଙ୍ଗି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ କିଛି ଦିନହେଲା ଗଣପତି ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟଗତ କାରଣରୁ ନିିିିିିଜର ଚିକିସ୍ôା ପାଇଁ ଫିଲିପାଇନ୍ସ ଯାଇଥିବା ଅନୁମାନ କରାଯାଉଛି । କିଛି ଦିନ ପୂର୍ବରୁ ସେ ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସମ୍ପାଦକ ପଦ ଛାଡିଥିଲେ । ଗଣପତିଙ୍କୁ ଧରିବା ପାଇଁ ଏନଆଇଏ ୧୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।