Odia News Portal

ପାଟଦରା ଜଙ୍ଗଲ ରୁ ମୋଟାର ବୋମା ଉଦ୍ଧାର

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ପାଟଦରା ଜଙ୍ଗଲ ରୁ ଆଜି ଚାରିଗୋଟି ମୋଟାର ବୋମା କୁ ଉଦ୍ଧାର କରାଯାଇଥିବାବେଳେ ଜବାନ ମାନେ ସେହି ମୋଟାର ବୋମା କୁ ନିଷ୍କ୍ରିୟ କରି ଉଡାଇ ଦେଇଥିଲେ । ଗତ ୨୧ ତାରିଖ ଦିନ ମାଓବାଦୀ ମାନେ ଯୋଜନା ବଦ୍ଧ ଭାବରେ ସିଆରପିଏଫ ୧୯ ବଟାଲିଆନ ଜବାନ ମାନଙ୍କ ଉପରେ ଆକ୍ରମଣ କରିଥିଲେ । ତହିରେ ତିନି ଜବାନ ସହିଦ ହୋଇଥିଲେ ,ଜବାନ ମାନଙ୍କ ଉପରକୁ ଆକ୍ରମଣ କରିଥିବା ଚାରିଗୋଟି ମୋଟାର ବୋମା ଫାଟିନଥିଲା ।ଆଜି ଖଡିଆଳ ଏସଡିପିଓ ଙ୍କ ସହ ସାଇନଟିଫିକ ଟିମ ଘଟଣାସ୍ଥଳକୁ ଯାଇ ମୋଟାର ବୋମା ଚାରିଟି କୁ ସନ୍ଧାନ କୁକୁର ସହାୟତା ରେ ଚିହ୍ନଟ ହୋଇଥିଲା। ପରେ ଜବାନ ମାନେ ଚାରିଗୋଟି ମୋଟାରବୋମା କୁ ନିଷ୍କ୍ରିୟ କରିଥିଲେ।