Odia News Portal

ପୁଅର ଶିଳୁପୁଆ ମାଡରେ ବାପା ମୃତ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ସଦାନନ୍ଦପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କର ନାହାକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ସଦାନନ୍ଦପୁର ଗାଁରେ ବାପା ଶଙ୍କର ନାହାକ ଓ ପୁଅ ଗୁଣ୍ଡୁ ନାହାକଙ୍କ ମଧ୍ୟରେ ଝଗଡା ହୋଇଥିଲା । ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପୁଅ ରାଗି ଯାଇ କାଠ ଫାଳିଆ ଓ ଶିଳ ପୁଆ ମାଡରେ ବାପାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ପୁଅ ଗୁଣ୍ଡୁ ନାହାକକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।