Odia News Portal

ଆଇଏମଏସ ଆଣ୍ଡ ସମ ହସ୍ପିଟାଲକୁ ଏନଏବିଏଚ ମାନ୍ୟତା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ୱୀକୃତି ପ୍ରାପ୍ତ ହୋଇଛି । ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ୱୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତର ରହିବ । ଏନଏବିଏଚ ହେଉଛି କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ଏକ କନଷ୍ଟିଚ୍ୟୁଏଂଟ ବୋର୍ଡ ଅଟେ । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱିତୀୟ ଥର ପାଇଁ ଏହି ଏନଏବିଏଚ ମାନ୍ୟତା ହାସଲ କରିଛି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱିତୀୟ ଥର ପାଇଁ ଏହି ଏନଏବିଏଚ ମାନ୍ୟତା ହାସଲ କରିଛି ।