Odia News Portal

କ୍ରୀଡା ପ୍ରୋତ୍ସାହନରେ ନବୀନ ଶ୍ରେଷ୍ଠ

ଓଡ଼ିଶାକୁ ସ୍ପୋର୍ଟସ ଷ୍ଟାର ACES ଆୱାର୍ଡ-୨୦୨୧

ଭୁବନେଶ୍ଵର : କ୍ରୀଡ଼ା ପତ୍ରିକା ସ୍ପୋର୍ଟଷ୍ଟାର ରବିବାର ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବରେ ଓଡ଼ିଶାକୁ ସମ୍ମାନିତ କରିଛି। କ୍ରୀଡ଼ା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଓଡ଼ିଶାକୁ ମିଳିଛି ସ୍ପୋର୍ଟସ ଷ୍ଟାର ଏସଆଇଏସ ଆୱାର୍ଡ-୨୦୨୧। ଏହି ସମ୍ମାନ ପାଇବା ପରେ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ପୋର୍ଟସ ଷ୍ଟାର ACES ଆୱାର୍ଡ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ‘କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି। ଯୁବକମାନଙ୍କୁ ଠିକ୍ ମାର୍ଗ ଦେଖାଇଲେ ସେମାନେ ଆଗକୁ ଯାଇପାରିବେ। ଏହି ପୁରସ୍କାର ପାଇବା ଓଡ଼ିଶା ପାଇଁ ଗର୍ବର ବିଷୟ।

ନବୀନ ଆହୁରି କହିଛନ୍ତି ଯେ, ‘ଏହି ପୁରସ୍କାର ପାଇବା ଓଡ଼ିଶା ପାଇଁ ଗର୍ବର ବିଷୟ। ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ନାଁ କମାଇଲାଣି। ସାଢ଼େ ୪ କୋଟି ଓଡ଼ିଆଙ୍କୁ ପୁରସ୍କାର ସମର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।