Odia News Portal

ଆସିଲା ଟ୍ରାଫିକ ପୋଲିସର ନୁଆ ନିୟମ

କାର ଆଉ ବାଇକ୍ ଚଲାଉଥିଲେ ବାହାରକୁ ଯିବା ପୂର୍ବରୁ ନିଶ୍ଚିତ ଏହି କଥା ଜାଣିରଖିବା ଉଚିତ। ଟ୍ରାଫିକ ପୋଲିସ କାର୍, ସ୍କୁଟର, ମୋଟରସାଇକେଲ ଏବଂ ଟ୍ରକ ଚଳାଇବାକୁ ଆର୍ଲଟ ଜାରି କରିଛି । ଯଦି ଆପଣ ରାସ୍ତାରେ ଗାଡ଼ି ଚଳାଉଛନ୍ତି ତେବେ ପୋଲିସର ଏହି ନିୟମକୁ ନେଇ ନିଶ୍ଚିତ ଭାବେ ସାବଧାନ ହୁଅନ୍ତୁ । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ନିଶ୍ଚତ ଭାବେ ଅସୁବିଧା ରେ ପଡିପାରନ୍ତ । ଏବେ ଭୀଷଣ ଥଣ୍ଡା ସହ କୁହୁଡ଼ି ହେଉଛି,ଚଣ୍ଡିଗଡ଼ ଟ୍ରାଫିକ ପୋଲିସ ଅନୁଯାୟୀ
୧ .ଗାଡ଼ି ଚାଳକମାନେ ଯେତେଦୂର ସମ୍ଭବ କୁହୁଡ଼ି ସମୟରେ ଗାଡ଼ି ଚଳାନ୍ତୁନାହିଁ । କୁହୁଡ଼ି ସମୟରେ ଗାଡ଼ି ଚଳାଇବାରୁ ନିବୃତ ରୁହନ୍ତୁ ।
୨.ଗାଡ଼ିକୁ ରାସ୍ତାକଡ଼ରେ ଠିଆ କରନ୍ତୁ ନାହିଁ। ସେହିପରି ଧିରେ ଚଳାଇବା ସହ ରିଫ୍ଲେକ୍ଟିଭ ଟେପ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି ।
୩.ସାଇକେଲ ଏବଂ ପଥଚାରୀଙ୍କ ଲାଗି ସତର୍କତା ଅବଲମ୍ବନ କରନ୍ତୁ ।
ଟ୍ରାଫିକ୍ ପୋଲିସ ପ୍ରାୟ ସମୟରେ ଜନସାଧାରଣଙ୍କ ସୁରକ୍ଷା ଲାଗି ଏଭଳି ଆଲର୍ଟ ଜାରି କରିଥାଏ । ଜନସାଧାରଣ ନିଶ୍ଚିତ ଭାବେ ଏହାକୁ ପାଳନ କରିବା ଆବଶ୍ୟକ ।
ଏହା ସହିତ ମୋଟର ବାହନ ଅଧିନିୟମ ଧାରା ୧୮୦ ଅନୁସାରେ ଯଦି ଆପଣ କାର ଚଲାଇବା ସମୟରେ ଟ୍ରାଫିକ ପୋଲିସ ଦ୍ୱାରା ଅଟକ ହେଉଛନ୍ତି, ଆଉ ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ, ତେବେ ଆପଣଙ୍କୁ ୫ ହଜାର ଜରିମାନା ସହିତ ୩ ମାସ ପର୍ୟ୍ୟନ୍ତ ତେଲ ମଧ୍ୟ ହୋଇପାରେ।
ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ଦସ୍ତାବିଜରର ପଞ୍ଜିକରଣ ପ୍ରମାଣ ପତ୍ର ଷ୍ଟୋର କରି ରଖିପାରିବେ। ଟ୍ରାଫିକ ପୋଲିସକୁ ଆବଶ୍ୟକ ସ୍ଥଳେ ଦେଖାଇପାରିବେ।