Odia News Portal

ଲକ୍ଷଣ ବଦଳାଉଛି କରୋନା

ଲକ୍ଷଣ ବଦଳାଉଛି କରୋନା । କେବଳ ଅଧିକ ଜ୍ୱର କିମ୍ବା ବିନ୍ଧାଛିଟିକା ନୁହେଁ, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ ଲୋକେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରାଇ ନେବାର ଆବଶ୍ୟକତା ରହିଛି । ଟେଷ୍ଟ କରାଇଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ଆଜି ଏପରି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସୂଚନାଯୋଗ୍ୟ, କରୋନା କୋପ କମିବା ପରେ ଏବେ ପ୍ରାୟତଃ ଅଧିକାଂଶ ସ୍କୁଲ, କଲେଜ ଖୋଲି ସାରିଲାଣି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଉଛନ୍ତି। ଏପରି ସ୍ଥିତିରେ ଧିରେ ଧିରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ। ବୁର୍ଲା ଭିମସାର ମେଡିକାଲ କଲେଜର ୫୧ ଛାତ୍ରଛାତ୍ରୀ  କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ ମହାମାରୀ ଦ୍ୱାରା କବଳିତ ହୋଇଛନ୍ତି।