Odia News Portal

ସିଏମଆରଏଫକୁ ୫୦ ଲକ୍ଷ ଦାନ କଲେ ଓଡିଆ ଝିଅ

ଭୁବନେଶ୍ୱର :- ଓଡିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ଆମ ବିଶ୍ୱାସ ସଂସ୍ଥା ରାଜ୍ୟର କୋଭିଡ୍ ପରିଚାଳନାରେ ନିଜର ସହଯୋଗସ୍ୱରୂପ ୬୮,୫୦୦ ଡଲାର ଅନ୍ ଲାଇନ୍ ଟ୍ରାନ୍ସଫର ମାଧ୍ୟମରେ ଦାନ କରିଛନ୍ତି ବୋଲି ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଜଣାଇଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ।

ଏହି ଦାନ ପଠାଇ ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ କୋଭିଡ୍ ପରିଚାଳନା ଅନେକ ଉତମ ଉଦାହରଣ ସୃଷ୍ଟି କରିଛି । ସମୟୋଚିତ ପଦକ୍ଷେପ ଯୋଗୁ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ପଶ୍ଚିମ ଓଡିଶା ଓ ବରଗଡ ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଓଡିଶା କୋଭିଡ୍ ସଂଗ୍ରାମରେ ନିଶ୍ଚୟ ବିଜୟୀ ହେବ ।

ସୂଚନାଯୋଗ୍ୟ ଆୱାର ବିଶ୍ୱାସ ସଂସ୍ଥା ଶ୍ରୀମତୀ ମହାନ୍ତିଙ୍କ ଦ୍ୱାରା ସ୍ଥାପିତ ଓ ପରିଚାଳିତ । ଏହି ସଂସ୍ଥା ୨୦୦୮ ମସିହାରୁ ଓଡିଶାର ବିଭିନ୍ନ ଅଂଚଳରେ ମହିଳା ବିକାଶ ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରିଆସୁଛି । ଏହି ସହଯୋଗ ପାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପା୍ର ସଂସ୍ଥାର ସମସ୍ତ କର୍ମକର୍ତା ଓ ପ୍ରତିଷ୍ଠାତାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।