Odia News Portal

କରୋନା ସଂକ୍ରମଣ ବଢିବା ନେଇ ଓଡ଼ିଶାରେ ଆଗୁଆ ସତର୍କତା, ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି : ସ୍ୱାସ୍ଥ୍ୟ ବିଭାଗ

ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଚତୁର୍ଥ ଲହର ଭୟ ଦେଖାଦେଇଛି । ଓଡ଼ିଶାରେ ସେଭଳି ସ୍ଥିତି ଉପୁଜି ନାହିଁ । ତଥାପି ଆଗୁଆ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଉପରେ ନିୟମିତ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସପାଲ କର୍ପୋରେସନ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି ।

କୌଣସି କ୍ଲଷ୍ଟରରେ ସଂକ୍ରମଣ ବଢ଼ିବା, ସଂକ୍ରମଣ ହାର, କେତେ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି, ନିୟମିତ ସମୀକ୍ଷା କରିବାକୁ କୁହାଯାଇଛି । ଗୋଟିଏ ପଟେଚତୁର୍ଥ ଲହରର ଭୟ ସୃଷ୍ଟି ହୋଇଥିବା ବେଳେ ଲୋକମାନେ କିନ୍ତୁ ପ୍ରିକସନ ଡୋଜ୍‌ ପାଇଁ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି । ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଲୋକ ନେଇଛନ୍ତି ପ୍ରିକସନ୍‌ ଡୋଜ୍‌ । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୧୯ ହଜାର ୮୮୧ଜଣ ପ୍ରିକସନ ଡୋଜ୍‌ ନେଇଛନ୍ତି । ଯାହାକି ମୋଟ ଧାର୍ଯ୍ୟ ଜନସଂକ୍ୟାର ୧୭ ପ୍ରତିଶତ ।