Odia News Portal

ଟପ ୬ ଲିଷ୍ଟ୍ ରେ ଓଡିଶା

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଏହା ଗତ ବର୍ଷ ଜୁଲାଇ ପ୍ରଥମରେ ଆରମ୍ଭ ହୋଇଥିଲା। ୬ ମାସ ଭିତରେ ଓଡ଼ିଶା ସରକାର ଦେଖାଇ ଦେଇଛନ୍ତି ଯେ PFMS ଫ୍ରେମୱାର୍କ ଭଲ ଭାବେ କରିଛନ୍ତି। ଯେଉଁ ଟାର୍ଗେଟ ୩୧ ଡିସେମ୍ବର ସୁଦ୍ଧା ହାସଲ କରିବାର ଥିଲା, ତାକୁ ୩୦ ଡିସେମ୍ବରରେ ଓଡ଼ିଶା ସରକାର ହାସଲ କରିଛନ୍ତି । ଯାହାକି ଶତ ପ୍ରତିଶତ ସଫଳତା । ରାଜ୍ୟ ଲିଙ୍କ ଯୋଜନାରେ ଟାର୍ଗେଟ ହାସଲ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ବରରେ ଅଛି। ଟ୍ରେଜରି ଇଂଟିଗ୍ରେସନ, ଇ-ଗ୍ରାମ ସ୍ୱରାଜ୍ୟ ଇଂଟିଂଗ୍ରେସନରେ ଓଡ଼ିଶା ଆଗରେ ରହିଛି।
ଓଡ଼ିଶାରେ ସିଙ୍ଗଲ ନୋଡାଲ ଫ୍ରେମୱାର୍କର ସମୀକ୍ଷା କରି ଓଡିଶାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଅର୍ଥ ବିଭାଗର PFMS ଶାଖାର ମୁଖ୍ୟ ତଥା ଅତିରିକ୍ତ କଂଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ଧରିତ୍ରୀ ପଣ୍ଡା । ଅନୁଦାନ କାଟ ସତ୍ତ୍ବେ କେନ୍ଦ୍ରୀୟ ଯୋଜନା ପରିଚାଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି ବୋଲି ସେ ପ୍ରଶଂସା କରି କହିଛନ୍ତି । PFMS ର ଫୋକସ ହେଉଛି ସିଙ୍ଗଲ ନୋଡାଲ ଆକାଉଣ୍ଟ। ଯାହାର ଅର୍ଥ ହେଲା କେନ୍ଦ୍ର ସରକାର ବିଭନ୍ନ ଯୋଜନା ପାଇଁ ଦେଉଥିବା ଅର୍ଥ ଗୋଟିଏ ଖାତାରେ ରହିବ। ଅନଲାଇନ ଟଙ୍କା ପଇଠ, ଫଣ୍ଡ ଟ୍ରାକିଂ ଭଲ ଭାବେ ହେବ । କାରଣ ଏହାଦ୍ବାରା ଗୋଟିଏ ଖାତାରେ ସ୍ୱଚ୍ଛତା ରହିବ ।
ଏହାର ସୁଵିଧା ହେଉଛି ପୂର୍ବରୁ କେନ୍ଦ୍ରୀୟ ଯୋଜନା ବାବଦ ଅର୍ଥ ବିଭିନ୍ନ ଆକାଉଣ୍ଟରେ ଖେଳାଇ ହୋଇ ରହୁଥିଲା। ବାଲାନ୍ସ ଜଣା ପଡୁନଥିଲା। ଯେଉଁଥି ପାଇଁ ଫଣ୍ଡ ବାଲାନ୍ସ ଟ୍ରାକ ହୋଇପାରୁନଥିଲା। ୫୭୧ ବ୍ୟାଙ୍କ ସହ PFMS ଯୋଡି ହୋଇଛି। ଏବେ ପାସବୁକ ଦେଖି ହେଉଛି। କାହା ପାଖରେ କେତେ ଅର୍ଥ ଅଛି ଜଣାପଡିବ । ୮୫ ପ୍ରତିଶତ ରାଜ୍ୟରେ PFMS ଲାଗୁ ହେଲାଣି। ଖୁବ ଶୀଘ୍ର ସାରା ଦେଶରେ ଲାଗୁ ହେବ ବୋଲି କହିଛନ୍ତି ଧରିତ୍ରୀ ପଣ୍ଡା । ସେପଟେ ଅର୍ଥ କେବେ ପ୍ରଦାନ ହେବ, ତାହା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ରାଜ୍ୟ ଅର୍ଥ ବିଭାଗ ସଚିବ ବିଶାଲ ଦେବ । ତେବେ ରାଜ୍ୟ ନୂଆ ଡିଜିଟାଲ ବ୍ୟବସ୍ଥାରେ କଣ ଅଧିକ କରିହେବ ସେ ଦିଗରେ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁବେଳେ ଲକ୍ଷ୍ୟ ରହିଛି ଯେ ଲୋକେ କେମିତି ଠିକ ଭାବେ ସୁବିଧା ପାଇବେ। 5T ଫ୍ରେମରେ କେମିତି ଆହୁରି ଭଲ ଭାବେ ଲୋକେ ସୁବିଧା ପାଇବେ, ତାହା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅର୍ଥ ସଚିବ