Odia News Portal

କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା,ଜାଣନ୍ତୁ ସାଧାରଣଲୋକଙ୍କୁ କେବେ ମିଳିବ ଟିକା?

ରାଜ୍ୟରେ କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣାରେ ଟିକା।ଜାନୁଆରୀ ମାସ ଶେଷ ସୁଦ୍ଧା ଟିକା ଆସିବାକୁ ଥିବା ବେଳେ ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ମାଗଣା ଟିକା ମିଳିବା ନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ। ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଆଦି ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା। ‘ଦ୍ୱିତୀୟ ପର୍ଯ୍ୟାୟରେ କରୋନା ରୋଗୀଙ୍କୁ ଟିକା’ ମିଳିବ । ‘ତୃତୀୟ ପର୍ଯ୍ୟାୟ ସାଧାରଣଲୋକଙ୍କୁ ମିଳିବ ଟିକା’ । ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ରର ଯୋଜନା ରହିଛି ।

ଟିକାକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ସରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ‘ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଚିହ୍ନଟ କରାଯାଇଛି । ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବା ଆଶା କହିଲେ ମନ୍ତ୍ରୀ ନବଦାସ ।