ଓଡିଶାରେ ୪/୫ ଟି ଜିଲ୍ଲାରେ ଅଧିକା ସଂକ୍ରମଣ ହେଉଛି। ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ଆତଙ୍କ ବଢୁଛି। କିଛି ବିଶେଷଜ୍ଞ କହିଛନ୍ତି ଦିଲ୍ଲୀ, ମହାରାଷ୍ଟ୍ରରେ ଜାନୁଆରି ୧୫ ସୁଦ୍ଧା ପିକ ନେବ। ସେହି ଅନୁସାରେ ଆମର ତାର ୧୦ରୁ ୧୫ ଦିନ ଭିତରେ ପିକ୍ ନେବାର ସମ୍ଭାବନା ରହିଛି। ଏହା ଭିତରେ ଆମ ଟେଷ୍ଟ ସର୍ଭିଲାନ୍ ଓ ଟିକାକରଣକୁ ମଧ୍ୟ ବଢାଯାଇଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି ଲୋକ ତାକୁ ହାଲୁକା ଭାବେ ନ ନେଇ ସଜାଗ ହେବା ଆବଶ୍ୟକ। ସ୍ଥିତି ଉପରେ ସରକାର ନଜର ରଖିଛିନ୍ତି।
ଏପଟେ ଟେଷ୍ଟିଂ କିଟକୁ ନେଇ କଳାବଜାରୀ ବଢ଼ୁଥିବାରୁ ଆଇସିଏମଆର ଦ୍ଵାରା ଅନୁବନ୍ଧିତ କିଟରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
Sign in
Sign in
Recover your password.
A password will be e-mailed to you.