Odia News Portal

ଓଡିଶାରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ

ଓଡିଶା ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି । ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଂଚଳରେ ଓମିକ୍ରମ ସଂଖ୍ୟାରେ ବୃଦ୍ଧି । ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି, ତାହା ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ । କିଛି ଦିନ ତଳେ ହୋଇଥିବା ଜିନମ ସିକ୍ୱେନସିଂ ଅନୁସାରେ ଏହା ୬୦ ପ୍ରତିଶତ ଥିଲା । ବାହାର ଦେଶର ଯାତ୍ରା ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢିବାର ଅର୍ଥ ଗୋଷ୍ଠୀ ସଂକ୍ରମଣ ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ମାତ୍ର ୨ ପ୍ରତିଶତରୁ କମ୍ ଆକ୍ରାନ୍ତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସାମାନ୍ୟ ଲକ୍ଷଣ ରହୁଛି, ପରୀକ୍ଷା କରାଇ ନେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।