Odia News Portal

ଆରମ୍ଭ ହେଲା ନୂଆ ପେମେଣ୍ଟ ସିଷ୍ଟମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପିର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଏହି ପେମେଣ୍ଟ ସିଷ୍ଟମ ଜନକଲ୍ୟାଣ ସେବା ଯୋଗାଇ ଦେବାରେ ସହାୟକ ହେବ। କିନ୍ତୁ ବର୍ତ୍ତମାନ ଏହା କେବଳ ଟିକାକରଣ କାର୍ଯ୍ୟରେ ବ୍ୟବହୃତ ହେବ। ମୁମ୍ବାଇର ଗୋଟିଏ କୋଭିଡ ଟିକାକରଣ କେନ୍ଦ୍ରରେ ଏହାକୁ ବିଧିବଦ୍ଧ ଭାବେ ବ୍ୟବହାର କରାଯା…



ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ତିଆରି କରିଥିବା ଏହି ଇ-ରୁପି ସଂପୂର୍ଣ୍ଣ କ୍ୟାଶଲେସ ଓ କଣ୍ଟାକ୍ଟ ଲେସ୍‌ ବ୍ୟବସ୍ଥା। ଏହା କେବଳ କ୍ୟୁଆର କୋଡ଼୍‌ ଭିତ୍ତିକ କିମ୍ବା ଏସ୍‌ଏମଏସ୍‌ ଭିତ୍ତିକ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲ ଫୋନକୁ ପଠାଯାଇଥାଏ। ଏହି ପେମେଣ୍ଟ ବ୍ୟବସ୍ଥାର ବ୍ୟବହାରକାରୀ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ୍‌ କିମ୍ବା ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ବ୍ୟବହାର ନ କରି ଇ-ଭାଉଚର ପଠାଇପାରିବେ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପ୍ରାରମ୍ଭରେ ଏହାର ଫାଇଦା ସ୍ୱାସ୍ଥ୍ୟ ହିତାଧିକାରୀଙ୍କୁ ମିଳିବ। ଯେଉଁମାନେ ଘରୋଇ କେନ୍ଦ୍ରରେ ଟଙ୍କା ଦେଇ ଟିକା ନେବାକୁ ଚାହିଁବେ କିମ୍ବା ଯଦି କେହି ୧୦୦ ଜଣ ଗରିବ ଲୋକଙ୍କ ଟିକାକରଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନେ ଇ-ରୁପି ଭାଉଚର ଦେଇପାରିବେ। ଏହାଦ୍ୱାରା ସେମାନଙ୍କ ଟଙ୍କା କେବଳ ସେହି କାମରେ ହିଁ ବ୍ୟବହୃତ ହେବ।