Odia News Portal

ଆଜି ମହାପ୍ରଭୁଙ୍କ ଲାଗି ହେବ ଓଷ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଅଣସର ଘରେ ଗୁପ୍ତରେ ଚାଲିଛି ଚିକିତ୍ସା । ଗତକାଲି ପଞ୍ଚମ ଦିରେ ଶ୍ରୀଜିଉଙ୍କ ଉପସମ ଲାଗି ଫୁଲୁରୀ ତେଲା ଲାଗି ହୋଇଥିଲା । ଆଜି ଷଷ୍ଠ ଦିନରେ ଓଷ ବା ଔଷଧ ଲାଗି ହେବ । ରାଜ ବୈଦ୍ୟଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କ ଆୟୁବେଦ ଚିତ୍ତ୍‌ା ଚାଲିଛି । ଔଷଧ ଲଗାଇବା ପରେ ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେବେ । ତେବେ ଚଳିତବର୍ଷ କରୋନା କଟକଣା ହୋଇଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ ।