Odia News Portal

କାଲିଠୁ ପିଙ୍କ ବଲ୍ ଟେଷ୍ଟ

ଅହମ୍ମଦାବାଦ ; ଆସନ୍ତାକାଲିଠୁ ଅହମଦାବାଦର ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିଅମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆର ମ୍ଭ ହେବ । ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ମ୍ୟାଚ୍ ପୂର୍ବରୁ ଉଭୟ ଟିମ୍ ଝାଳବୁହା ପରିଶ୍ରମ କରିଛନ୍ତି । ଅହମଦାବାଦରେ ପ୍ରଥମ ଥର ପାଇଁ ଡେ-ନାଇଟ୍ ଓ ପିଙ୍କ ବଲ୍ ଟେଷ୍ଟ ଖେଳାଯିବ। ଭାରତରେ ଏହା ଦ୍ୱିତୀୟ ଦିବାରାତ୍ର ଟେଷ୍ଟ ଏହା ପୂର୍ବରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳା 1-1ରେ ରହିଛି ।
ଶେଷ ଥର ପାଇଁ 2012ରେ ଭାରତ-ଇଂଲଣ୍ଡ ମଧ୍ୟରେ ଏଠାରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଥିଲା ଉକ୍ତ ମ୍ୟାଚରେ ରତ 9 ଓ୍ୱିକେଟରେ ବିଜୟୀ ହୋଇଥିଲା । ଚେତେଶ୍ୱର ପୂଜାରା ଦ୍ୱିଶତକ ହାସଲ କରିଥିଲେ । ମୋଟେରା ଷ୍ଟାଡିୟମରେ ଭାରତ ମୋଟ 12ଟି ମ୍ୟାଚ୍ ଖେଳିଥିବାବେଳେ 4ଟିରେ ବିଜୟ, 6ଟିରେ ଡ୍ର ଓ 2ଟିରେ ପରାଜୟ ବରଣ କରିଛି ।
ଭାରତୀୟ ବ୍ୟାଟିଂ ଦେଖିଲେ ଓପନର ଭାବେ ଭାରତୀୟ ଓପନିଂ ଯୋଡିରେ କୌଣସି ଆଶଙ୍କା ନାହିଁ। ରୋହିତ ଶର୍ମା ଓ ଶୁବମାନ ଗିଲ୍ ଇନିଂସ ଆରମ୍ଭ କରିବେ । ଦ୍ୱିତୀୟ ଟେଷ୍ଟରେ ରୋହିତ 231 ବଲରୁ 162 ରନର ଦମଦାର ଇନିଂସ ଖେଳିଥିଲେ ଶୁବମାନ ଗିଲ୍ ମଧ୍ୟ ସଂପୂର୍ଣ୍ଣ ଫିଟ୍ ହୋଇ ସାରିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଫିଲ୍ଡିଂ ବେଳେ ସେ ଆହତ ହୋଇଥିଲେ। ମଧ୍ୟମକ୍ରମେ ଭାବେ ନମ୍ବର 3ରେ ଚେତେଶ୍ର ପୂଜାରା ଏବଂ ନମ୍ବର 4ରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବେ। କୋହଲି ଏକମାତ୍ର ବ୍ୟାଟସମ୍ୟାନ ଯିଏ ପିଙ୍କ ବଲରେ ଶତକ ଅର୍ଜନ କରିଛନ୍ତି ।ନମ୍ବର 5ରେ ଅାଜିଙ୍କ୍ୟ ରାହାଣେ ବ୍ୟାଟିଂ କରିବେ ଏହା ପରେ ଆସିବ ଋଷଭ ପନ୍ତ ।
ଅଲରାଉଣ୍ଡର- ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ସ୍ପିନ ବିଭାଗ ସମ୍ଭାଳିବା ସହିତ ବ୍ୟାଟିଂରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ।ଅଶ୍ଵିନ ଦ୍ୱିତୀୟ ଟେଷ୍ଟରେ 8 ଓ୍ୱିକେଟ୍ ନେବା ସହ ଦମଦାର ଶତକ ଅର୍ଜନ କରିଥିଲେ। ଅକ୍ଷର ପଟେଲ ପଦାର୍ପଣ ମ୍ୟାଚରେ 7 ଓ୍ୱିକେଟ୍ ନେଇଥିଲେ ।
ବୋଲିଂରେ କିଛିଟା ପରିର୍ବନ ହୋଇପାରେ । ଦ୍ୱିତୀୟ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା । ହେଲେ ପିଙ୍କ ବଲ୍ ଟେଷ୍ଟରେ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ବୁମରା ସିରାଜଙ୍କ ସ୍ଥାନରେ ଖେଳିବେ । ଉମେଶ ଯାଦବ ଫିଟନେସ୍ ଟେଷ୍ଟ ପାସ୍ କରିବା ପରେ ସେ ତୃତୀୟ ଟେଷ୍ଟରେ ଖେଳି ପାରନ୍ତି । ସେ କୁଲଦୀପ ଯାଦବଙ୍କ ସ୍ଥାନ ନେବେ ନିଜର 100ତମ ଟେଷ୍ଟ ଖେଳିବାକୁ ଯାଉଥବିା ଇଶାନ୍ତ ଶର୍ମା ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେବାକୁ ପ୍ରସ୍ତୁତ । ସେହିପରି ଇଂଲଣ୍ଡ ଦଳକୁ ଆଣ୍ଡରସନ୍, ମାର୍କ ଉଡ୍ଙ୍କ ଭଳି ବୋଲର ଫେରିଥିବାରୁ ଦଳ ବେଶ୍ ସନ୍ତୁଳିତ ହୋଇଛି । ଜୋ ରୁଟଙ୍କ ନେତୃତ୍ୱରେ ଦଳର ବ୍ୟାଟିଂ ଲାଇନ୍ଅପ୍ ମଧ୍ୟ ବେଶ୍ ଶକ୍ତିଶାଳୀ ରହିଛି ।ଓପନର ବର୍ଣ୍ଣସ, ଡମ୍ ସିବଲେ୍,ଡନ୍ ଲରେନ୍ସ ରହିଥିବାବେଳେ ଅଲରାଉଣ୍ଡର ଭୂମିକାରେ ଷ୍ଟୋକ୍ସ ଓ ଓ୍ୱକ୍ସ ରହିଛନ୍ତି ।