Odia News Portal

5Tରେ ଆକର୍ଷଣୀୟ ହେବ ସ୍କୁଲ ଭିତ୍ତିଭୂମି ପରିବେଶ

*ସାମୂହିକ ସହଭାଗିତାରେ ସ୍କୁଲର ବିକାଶ ସମ୍ଭବ: 5T ସଚିବ
*କାର୍ଯ୍ୟ ଏଭଳି କରନ୍ତୁ, ଯାହା ଫଳରେ ଆପଣଙ୍କ ପରପିଢ଼ି ମଧ୍ୟ ଆପଣଙ୍କୁ ମନେ ରଖିବ |

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’କାର୍ଯ୍ୟକ୍ରମରେ ହାଇସ୍କୁଲ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆାନ । ଏହି ଅବସରରେ ସେ ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ 5T ସଚିବ କହିଛନ୍ତି, ସାମୂହିକ ସହଭାଗିତାରେ ସ୍କୁଲର ବିକାଶ ସମ୍ଭବ । ଏହାଦ୍ୱାରା ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଉତ୍ତମ ଶିକ୍ଷା ଓ ନିଯୁକ୍ତି ପାଇପାରିବେ । କାର୍ଯ୍ୟ ଏଭଳି କରନ୍ତୁ, ଯାହା ଫଳରେ ଆପଣଙ୍କ ପରପିଢ଼ି ମଧ୍ୟ ଆପଣଙ୍କୁ ମନେ ରଖିବ । ଏବଂ କହିବ ଆପଣଙ୍କ ସମୟରେ ଏଭଳି କାର୍ଯ୍ୟ ହୋଇଥିଲା ।

ପାନପୋଷ ହାଇସ୍କୁଲ, ଲାଞ୍ଜିବେରଣା ହାଇସ୍କୁଲ, ଗୋପବନ୍ଧୁ ହାଇସ୍କୁଲ, ରାଷ୍ଟ୍ରୀୟ ହାଇସ୍କୁଲର ଭିତ୍ତିଭୂମି ବିକାଶର ସମୀକ୍ଷା କରିଥିଲେ 5T ସଚିବ ଭି.କେ. ପାଣ୍ଡିଆନ । ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲର ସମସ୍ୟା ଉପସ୍ଥାପନ କରି ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆଜିର ଏହି ଆଲୋଚନା ବେଳେ ସ୍କୁଲର ରୁପାନ୍ତରିକରଣ କାର୍ଯ୍ୟ ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କୁ ଉତ୍ସାହିତ କରିଥିଲେ 5T ସଚିବ ।