Odia News Portal

ଜ୍ୱାଇଁକୁ ହତ୍ୟା କଲେ ଶ୍ୱଶୁର ଓ ୨ ଶଳା

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ବାଇଁକୁ ପିଟିପିଟି ହତ୍ୟା କଲେ କାକା ଶ୍ବଶୁର ଓ ୨ ଶଳା । ହତ୍ୟାକାରୀ ଫେରାର ଥିବା ଜଣାପଡିଛି ।


ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ମଦ୍ୟପାନ କରି ନିଜ ଶ୍ବଶୁର ଘର ଆଗରେ ଗାଳିଗୁଲଜ କରିବା ସହ ଶ୍ଵଶୁର ଘର ଲୋକଙ୍କ ସହ ପାଟି ତୁଣ୍ଡ କରିଥିଲେ । ଶ୍ବଶୁର ଘର ଲୋକ ଏବଂ ଗୋବର୍ଦ୍ଧନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଏଥିରେ ଶ୍ବଶୁର ଘର ଲୋକେ ଅତିଷ୍ଠ ହୋଇ ଦାଣ୍ଡରେ ପଡ଼ିଥିବା ଏକ କାଠ ଫାଳିଆରେ ଗାଁ ଦାଣ୍ଡରେ ଜ୍ବାଇଁକୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଜ୍ବାଇଁର ମୃତ୍ୟୁ ହୋଇଥିବା ଜଣାପଡିଛି ।


ବାଉଁଶୁଣି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବାଉଁଶୁଣି ଡାକ୍ତର ଖାନାରେ ରଖିଛି ଓ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।