Odia News Portal

ଶ୍ରୀଲଙ୍କାଠାରୁ ଦ୍ୱିତୀୟ ଟି-୨୦ ହାରିଲା ଭାରତ

କଲମ୍ବୋ – କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମରେ ବୁଧବାର ଦ୍ୱିତୀୟ ଟି -20 ଅନ୍ତର୍ଜାତୀୟରେ ଶ୍ରୀଲଙ୍କା ଭାରତୀୟ ଦଳକୁ 4 ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ୧-୧ରେ ସିରିଜ ବରାବର ରହିଛି।

ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । ପ୍ରଥମ ଇଂନିସରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ କରିଥିଲା ୧୩୨ ରନ । ଭାରତ ପକ୍ଷରୁ ଅଧିନାୟକ ଶିଖର ଧ୍ଵାଓନ ୪୦ ରନ ଓ ଦେବୀଦତ୍ତ ପଡିକଲ ୨୯ ରନ କରିଥିଲେ ।

୧୩୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆ କୁ ଓହ୍ଲାଇ ଥିବା ଶ୍ରୀଲଙ୍କା ଆଉ ଦୁଇଟି ବଲ ବାକି ଥାଇ ଏହି ଲକ୍ଷ୍ୟ ହାସଲ କରିଛି। ଏହି ବିଜୟ ସହ ସିରିଜକୁ ୧-୧ରେ ବରାବର କରିଛି।