Odia News Portal

ଏମିତି ଏକ ନଦୀ ଅଛି ଯେଉଁଠି କେବଳ ପାଣି ନୁହେଁ ବରଂ ସୁନା ମଧ୍ୟ ମିଳେ

ଆମ ଦେଶରେ ପ୍ରାୟ ୪୦୦ରୁ ଅଧିକ ଛୋଟ ବଡ ନଦୀ ବହିଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି ଯେଉଁଠି କେବଳ ପାଣି ନୁହେଁ ବରଂ ସୁନା ମଧ୍ୟ ମିଳେ । ସ୍ଥାନୀୟ ଲୋକ ପ୍ରତିଦିନ ନଦୀ ପାଣିକୁ ଛାଣି ସେଥିରୁ ସୁନା ବାହାର କରନ୍ତି ଏବଂ ତାକୁ ବିକି ଘର ଚଲାନ୍ତି । ଆସନ୍ତୁ ଜାଣିବା ଏହି ଖାସ୍ ନଦୀ ସମ୍ପର୍କରେ…

ଆପଣଙ୍କୁ କହିରଖୁଛୁ ଏହି ନଦୀର ନାଁ ସ୍ୱର୍ଣ୍ଣ ରେଖା ନଦୀ । ଏହି ନଦୀ ଝାରଖଣ୍ଡରେ ବହିଥାଏ । ଏଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ ଆୟର ମାଧ୍ୟମ ହେଉଛି ଏହି ନଦୀ । ଏଠାରେ ଲୋକମାନେ ପ୍ରତିଦିନ ନଦୀ କୂଳକୁ ଯାଇଥାନ୍ତି ଏବଂ ପାଣିକୁ ଛାଣି ସୁନା ଏକାଠି କରନ୍ତି । ଝାରଖଣ୍ଡର ତମାଡ ଏବଂ ସାରଡା ଅଞ୍ଚଳରେ ନଦୀରୁ ସୁନା ଛାଣିବା କାମ ଲୋକମାନେ ବର୍ଷ ବର୍ଷ ଧରି କରିଆସୁଛନ୍ତି ।

ସ୍ୱର୍ଣ୍ଣ ରେଖା ନଦୀର ଉତ୍ପନ ସ୍ଥଳ ଝାରଖଣ୍ଡର ରାଜଧାନୀ ରାଞ୍ଚିରୁ ପ୍ରାୟ ୧୬ କିଲୋମିଟର ଦୂରରେ । ଏହି ନଦୀ ଝାରଖଣ୍ଡରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବହିଥାଏ । ଏହି ନଦୀର ଏକ ଖାସ୍ କଥା ହେଉଛି କି ଏହି ନଦୀ ଝାରଖଣ୍ଡର ବାହାରିବା ପରେ ଅନ୍ୟ କୌଣସି ନଦୀରେ ମିଶେନି ବରଂ ସିଧା ପଶ୍ଚିମବଙ୍ଗ ଖାଡିରେ ମିଶିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଜାଣିପାରୁନାହାଁନ୍ତି ଯେ ଏହି ନଦୀରେ ସୁନା କେଉଁଠୁ ଆସୁଛି । ଅର୍ଥାତ୍ ଏହି ନଦୀର ସୁନା ବୈଜ୍ଞାନିକଙ୍କ ପାଇଁ ଏବେ ବି ରହସ୍ୟ ହୋଇ ରହିଛି । ସ୍ୱର୍ଣ୍ଣ ରେଖା ନଦୀର ସମୁଦାୟ ଲମ୍ବ ୪୭୪ କିଲୋମିଟର । ଏହି ନଦୀରୁ ସୁନା ବାହାର କରିବା କାମ ସହଜ ନୁହେଁ । ସୁନା ଏକାଠି କରିବା ପାଇଁ ଲୋକଙ୍କୁ ସାରା ଦିନ ପରିଶ୍ରମ କରିବାକୁ ପଡେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ସୁନା ଏକାଠି କରି ସାରା ମାସରେ ଜଣେ ବ୍ୟକ୍ତି ୫ରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି ।