Odia News Portal

ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ୍ ରାଲି

ସ୍ୱାଧୀନତା ଦିବସ ପୂର୍ବରୁ ଆଜି ନୂଆଦିଲ୍ଲୀ ତ୍ରିରଙ୍ଗାମୟ । ଆୟୋଜିତ ହୋଇଛି ତ୍ରିରଙ୍ଗା ବାଇକ୍ ରାଲି । ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ପତାକା ଦେଖାଇ ଏହି ରାଲି ଆରମ୍ଭ କରିଥିଲେ। ‘ହର ଘର ତ୍ରିରଙ୍ଗା’ ବାଇକ୍ ରାଲି ଲାଲକିଲ୍ଲାରୁ ବିଜୟ ଚୌକ ଯାଏଁ ଯାଇଥିଲା। ତ୍ରିରଙ୍ଗା ବାଇକ୍ ରାଲିରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ସାମିଲ ହୋଇଥିଲେ। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହି ର‌୍ୟାଲି ଆୟୋଜିତ ହୋଇଥିଲା ଓ ଏଥିରେ ବହୁ ବରିଷ୍ଠ ନେତାଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ। ସମସ୍ତେ ନିଜ ଦୁଇ ଚକିଆ ଗାଡ଼ିରେ ତ୍ରିରଙ୍ଗା ଲଗାଇ ରାଲି ରେ ଅଂଶଗ୍ରହଣ କରିଥିଲେ। ବାଇକ୍ ର‌୍ୟାଲିରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ନିଜେ ବାଇକ ଓ ସ୍କୁଟି ଚଲାଇ ଭାଗ ନେଇଥିଲେ। ସେହିପରି ଆଉ କିଛି ସାଂସଦ ଓ ମନ୍ତ୍ରୀ ଦୁଇ ଚକିଆ ଗାଡ଼ିରେ ପଛରେ ବସି ଲାଲକିଲ୍ଲାରୁ ବିଜୟ ଚୌକ ଯାଏଁ ରାଲି ରେ ସାମିଲ ହୋଇଥିଲେ। ଏହି ରାଲି ର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏକ ଭିଡିଓରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତ୍ରିରଙ୍ଗା ବାଇକ ରାଲି ରେ ଭାଗ ନେଇଥିବା ଦେଖାଯାଇଛି। ସ୍ମୃତି ନିଜ ସ୍କୁଟିରେ ତ୍ରିରଙ୍ଗା ଲଗାଇଥିବା ଦେଖାଯାଇଛି।