Odia News Portal

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖରଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ

ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବ ବିଏସପି । ଦଳର ମୁଖ୍ୟ ମାୟାବତୀ ଟ୍ବିଟ୍ କରି ଏହା ସ୍ପଷ୍ଟ କରିଛନ୍ତି ।

ମାୟାବତୀ ଟ୍ୱିଟ କରି କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପାଇଁ ନିର୍ବାଚନରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ଅଭାବରୁ ଶେଷରେ ଏଥିପାଇଁ ନିର୍ବାଚନ ହୋଇଥିଲା। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ରେ ହେବାକୁ ଯାଉଛି। ଏପରି ସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ​ ଜନସାଧାରଣଙ୍କ ସ୍ବାର୍ଥ ଏବଂ ଦଳର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜଗଦୀପ ଧନଖରଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି । ଏହା ମୁଁ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରୁଛି ବୋଲି ମାୟାବତୀ କହିଛନ୍ତି ।

ଜାଟ୍ ସମ୍ପ୍ରଦାୟରୁ ଆସିଥିବା ଧନଖରଙ୍କର ସମାଜବାଦୀ ପୃଷ୍ଠଭୂମି ରହିଛି ଏବଂ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ରହିଥିଲେ । ବିଜେପି ସଭାପତି ଜେପି ନଡ୍ଡା ଧନଖରଙ୍କୁ ଜଣେ ଚାଷୀ ପୁଅ ବୋଲି ଅଭିହିତ କରିଥିଲେ ।