Odia News Portal

ଭିଜିଲାନ୍ସ ଜାଲରେ ତହସିଲ କର୍ମଚାରୀ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲ କର୍ମଚାରୀ । ଏହି ଘଟଣାଟି ହେଉଛି ବରଗଡ଼ ଜିଲ୍ଲା ଆମ୍ବଭୋନା ତହସିଲର । ଗିରଫ ବାବୁ ଜଣକ ହେଲେ ବରିଷ୍ଠ ରାଜସ୍ବ ସହାୟକ ବଳରାମ କରାଳି । ସେ ପାର୍ଟିସନ କେସ ବାବଦରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ସେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ।

ଏନେଇ ସମ୍ବଲପୁର ଭିଜିଲାନ୍ସ କେସ୍ ନଂ ୨୭/୨୨ ୟୁ/ଏସ୍ ୭ P.C. (ସଂଶୋଧନ) ଅଧିନିୟମ, ୨୦୧୮ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।