Odia News Portal

ଦେଶର ଏକ ନମ୍ବର ବ୍ରାଣ୍ଡ ହେଲେ କୋହଲି

ନୂଆଦିଲ୍ଲୀ() ପଡ଼ିଆରେ ସର୍ବଦା କମାଲ କରୁଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟବସାୟରେ ମଧ୍ୟ ରେକର୍ଡ଼ ନିଜ ନାମରେ କରିଛନ୍ତି। ରନ ମେସିନ କୋହଲି ‘ଭାରତୀୟ ସେଲିବ୍ରିଟି ବ୍ରାଣ୍ଡ ଭେଲ୍ୟୁ’ ମାମଲାରେ ବଲିଉଡ଼ ତାରକା ଅକ୍ଷୟ କୁମାର, ଦୀପିକା ପାଦ୍ୟୁକୋନ, ରଣବୀର ସିଂହ ଓ ଶାହାରୁଖଙ୍କଠୁ ମଧ୍ୟ ଆଗରେ ଅଛନ୍ତି।

ଗ୍ଲୋବାଲ ଆଡଭାଇଜରି ଫର୍ମ ଡଫ ଆଣ୍ଡ ଫେଲପ୍ସ ନିକଟରେ ‘ଭାରତୀୟ ସେଲିବ୍ରିଟି ବ୍ରାଣ୍ଡ ଭେଲ୍ୟୁ’ ସଂପର୍କିତ ରିପୋର୍ଡ ଜାରି କରିଛି। ତାରକା କ୍ରିକେଟର ବିରାଟ କୋହଲି ବ୍ରାଣ୍ଡ ଭେଲ୍ୟୁରେ କ୍ରମାଗତ ତୃତୀୟ ବର୍ଷ ଶୀର୍ଷରେ ଅଛନ୍ତି।

ରିପୋର୍ଟ ଅନୁସାରେ ୨୦୧୯ରେ କୋହଲିଙ୍କ ବ୍ରାଣ୍ଡ ଭେଲ୍ୟୁ ୨୩.୭୪ କୋଟି ଆମେରିକୀୟ ଡଲାର ପର୍ୟ୍ୟନ୍ତ ପହଞ୍ଚିଛି। ତାଙ୍କର ବ୍ରାଣ୍ଡ ଭେଲ୍ୟୁରେ ପ୍ରାୟ ୩୯ ପ୍ରତିଶତ ବୃଦ୍ଧି ଘଟିଛି। ସେଲିବ୍ରିଟି ଭେଲୁଏସନ ଷ୍ଟଡ଼ି ୨୦୧୯ର ଶୀର୍ଷକ ଅନୁସାରେ, ଭାରତୀୟ ଅଧିନାୟକ କୋହଲିଙ୍କ ସାଥୀ ଖେଳାଳି ଏମଏସ ଧୋନୀ, ସଚିନ ତେନ୍ଦୁଲକର ଓ ରୋହିତ ଶର୍ମାଙ୍କଠୁ ମଧ୍ୟ ଢେର ଆଗରେ ଅଛନ୍ତି।

ବଲିଉଡ଼ ଖିଲାଡ଼ି ଅକ୍ଷୟ କୁମାର ତାଲିକାରେ ୧୦.୪୫ କୋଟି ଆମେରିକୀୟ ଡଲାରର ବ୍ରାଣ୍ଡ ଭେଲ୍ୟୁ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଦୀପିକା ପାଦ୍ୟୁକୋନ ତୃତୀୟରେ, ଚତୁର୍ଥରେ ରଣବୀର କପୁର, ପଞ୍ଚମରେ ଶାହରୁଖ ଖାନ, ଷଷ୍ଠରେ ସଲମାନ ଖାନ, ସପ୍ତମରେ ଆଲିଆ ଭଟ୍ଟ, ଅଷ୍ଟମରେ ଅମିତାଭ ବଚ୍ଚନ, ନବମରେ ମହେନ୍ଦ୍ର ସିଂହ ଧୋନୀ ଓ ଦଶମରେ ଆୟୁଷ୍ମାନ ଖୁରାନା ଅଛନ୍ତି।