Odia News Portal

ଶୋଇଥିବା ବେଳେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ: ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଭଣ୍ଡାରିଶଙ୍କରାଠାରେ ଏହି ଅଭାବନୀୟ ଘଟଣା । ସୂଚନାନୁସାରେ ମଙ୍ଗଳଵାର ସନ୍ଧ୍ୟାରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଏହା ପରେ ସେମାନେ ସ୍ବାଭାବିକ ଭାବେ ଖାଇପିଇ ଶୋଇ ଯାଇଥିଲେ। ରାତିରେ ନିଦରେ ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ବାମୀ ନନ୍ଦୁ ତଣ୍ଟି ଚିପି ହତ୍ୟା କରିଥିଲା । ମଙ୍ଗଳଵାର ଵିଳମ୍ବିତ ରାତିରେ ଏହି ଘଟଣା ଆଜି ସକାଳୁ ଜଣାପଡିବା ପରେ ଵାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟା ହୋଇଥିବା ମହିଳାଙ୍କ ନାମ ପୁଷ୍ପା ଵାଘ(୨୨) ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତ ସ୍ଵାମୀଙ୍କ ନାମ ନନ୍ଦୁ କରାଳି (୨୫)ବୋଲି ଜଣାପଡ଼ିଛି । ପୋଲିସ ଆଗରେ ନନ୍ଦୁ ନିଜର ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି।
ଖଵର ପାଇ ପୋଲିସ ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ସୁନ୍ଦରଗଡ଼ ପଠାଇବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।