Odia News Portal

୬ରୁ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି

ନୂଆଦିଲ୍ଲୀ()  ସର୍ବୋଚ୍ଚ ଅଦାଲତ ଅଯୋଧ୍ୟା ମାମଲାର ଶୁଣାଣି କରି ଆସନ୍ତା ଅଗଷ୍ଟ ୬ରୁ ଏହା ଉପରେ ନିୟମିତ ଶୁଣାଣି କରିବା ପାଇଁ ନିଷ୍ପତି ନେଇଛନ୍ତି । ଅଗଷ୍ଟ ୬ରୁ ଖୋଲା କୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି ଯେ ପର୍ୟ୍ୟନ୍ତ ମାମଲା ଶୁଣାଣି ଶେଷ ହୋଇନାହିଁ ସେ ପର୍ୟ୍ୟନ୍ତ ନିୟମିତ ଭାବେ ମାମଲାର ଶୁଣାଣି କରାଯିବ । ସପ୍ତାହରେ ଏହି ମାମଲା ଉପରେ ତିନି ଦିନ ନିୟମିତ ଶୁଣାଣି କରାଯିବ । ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ଦିନ ଏହା ଉପରେ ଶୁଣାଣି କରାଯିବ ।

ଏହି ମାମଲାରେ ମଧ୍ୟସ୍ଥତା କମିଟି ଗତକାଲି ଚୂଡାନ୍ତ ରିପୋର୍ଟ ଦେଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ମଧ୍ୟସ୍ଥତା କମିଟି ଉଦ୍ଦେଶ୍ୟ ପୂରଣ ନେଇ ବିଫଳ ହୋଇଛନ୍ତି । ତେଣୁ ଏହି ମାମଲାରେ କୋର୍ଟରେ ନିୟମିତ ଶୁଣାଣି ହେବ ।