Odia News Portal

ଓମିକ୍ରନ ଆତଙ୍କ ୧୧ ଶହରୁ ଅଧିକ ବିମାନ ବାତିଲ୍

ସାରା ବିଶ୍ୱରେ ଚିନ୍ତା ବଢାଉଛି ଓମିକ୍ରନ ସଙ୍କ୍ରମଣ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନଯାତ୍ରା ଉପରେ ଜାରି ହୋଇଛି କଟକଣା । ଗତ ଶୁକ୍ରବାର ଠାରୁ ଏପର୍ୟ୍ୟନ୍ତ ସାରା ବିଶ୍ୱରେ ୧୧ ହଜାର ୫୦୦ରୁ ଅଧିକ ବିମାନ ବାତିଲ କରାଯାଇଛି । ଗତକାଲି ୩୦୦୦ ବିମାନ ବାତିଲ ହୋଇଥିବାବେଳେ ଆଜି ୧୧ ଶହରୁ ଅଧିକ ବିମାନକୁ ବାତିଲ କରାଯାଇଛି । ୧୦ ହଜାରରୁ ଅଧିକ ବିମାନ ବିଳମ୍ବରେ ଚାଲିଥିବା ସୂଚନା ମିଳିଛି । ଏଥିଯୋଗୁଁ ବିଦେଶକୁ ଛୁଟି କଟାଇବାକୁ ଯାଇ ଭାରତ ଫେରିବାକୁ ଚାହୁଁଥିବା ଅନେକ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ୟୁରୋପ ଏବଂ ଆମେରିକାରେ କୋଭିଡ ସଙ୍କ୍ରମଣ ବଢିବା ପରେ ବିମାନଯାତ୍ରା ଉପରେ କଟକଣା ଜାରି କରାଯାଇଛି ।