Odia News Portal

ବର୍ଷ ଆରମ୍ଭରୁ ଘଟିଲା ଅଘଟଣ

ଚଣ୍ଡିଗଡ଼: ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ସହ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁଯାୟୀ, ଡାଡମ ଖଣି ଅଞ୍ଚଳରେ ପାହାଡ଼ର ବଡ଼ ଭାଗ ଖସି ଯାଇ ଘଟିଛି ଅଘଟଣ । ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଶାସନିକ ସ୍ତରରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜ୍ୟ କୃଷିମନ୍ତ୍ରୀ ଜେପି ଦଲାଲ ଓ ଏସପି ଅଜିତ୍ ସିଂହ ଶେଖାୱତ ପହଞ୍ଚି ଉଦ୍ଧାର କାର୍ୟ୍ୟର ତଦାରଖ କରୁଛନ୍ତି ।
ତେବେ କିଭଳି ଭାବେ କେଉଁ ପରିସ୍ଥିତିରେ ପାହାଡ଼ ଧସିଲା ତାର କାରଣ ଏବେ ସୁଦ୍ଧା ଜଣାପଡ଼ିନାହିଁ । ପାହାଡ଼ ମନକୁ ମନ ଖସିଲା ନା ବିସ୍ଫୋରଣ ଯୋଗୁଁ ଖସିଲା ତାହା ଅସ୍ପଷ୍ଟ ରହିଛି । ପାହାଡ଼ ତଳେ ଚାପି ହୋଇ ରହଥିବା ଲୋକଙ୍କ ଉଦ୍ଧାର କରାଯାଇ ମେଡିକାଲକୁ ନିଆ ଯାଉଛି ।