Odia News Portal

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ() କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ  (KXIP Vs RCB ) ମ୍ୟାଚରେ ହାରିବା ପରେ କ୍ୟାପଟେନ୍ ବିରାଟ କୋହଲିଙ୍କ ଅଡୁଆ ସରୁନି। ବିରାଟ କୋହଲିଙ୍କ ଉପରେ ସ୍ଲୋ-ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି। ବିରାଟରଙ୍କ ଟିମ୍ ନିର୍ଦ୍ଧାରିତ ସମୟରେ ୨୦ ଓଭର ପୂରଣ କରିନଥିଲେ। ଏହି କାରଣରୁ ପଞ୍ଜାବର ଇନିଂସ ଖୁବ୍ ବିଳମ୍ବରେ ଶେଷ ହୋଇଥିଲା। ଆଇପିଏଲର ନିୟମ ଅନୁସାରେ ଠିକ୍ ସମୟରେ ଓଭର ଶେଷ ନହେବା କାରଣରୁ କ୍ୟାପଟେନଙ୍କ ଉପରେ ଜରିମାନା ଲାଗିଥାଏ। ଆଇପିଏଲର ବର୍ତ୍ତମାନ ସିଜିନରେ ପ୍ରଥମ ଥର କୌଣସି କ୍ୟାପଟେନଙ୍କ ଉପରେ ସ୍ଲୋ ଓଭର ରେଟ୍ ପାଇଁ ଏହି  ଦଣ୍ଡ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଲଗାତାର ଭୁଲ ଦୋହରାଇବା କାରଣରୁ ମ୍ୟାଚରୁ କ୍ୟାପଟେନଙ୍କୁ ସସପେଣ୍ଡ କରିଦିଆଯାଇଥାଏ।

ଉଲ୍ଲେଖନୀୟ ଯେ, ଗୁରୁବାର ପଞ୍ଜାବ ବିପକ୍ଷ ମ୍ୟାଚରେ ବିରାଟ କୋହଲି ୬ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ। ପ୍ରତ୍ୟେକ ବୋଲର ଅଧିକ ରନ୍ ଦେଇଥିଲେ। ଏହି ସମୟରେ ବିରାଟ ପ୍ରାୟ ପ୍ରତି ବଲ୍ ପରେ ବୋଲରଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଥିଲେ, ଯାହାଫଳରେ ପ୍ରତି ଓଭରରେ ବିଳମ୍ବ ହେଉଥିଲା। ଏହା ସହିତ ଡେଲ୍ ଷ୍ଟେନ୍ ଓ ଉମେଶ ଯାଦବ ଓଭର ଶେଷ କରିବାରେ ଖୁବ୍ ସମୟ ନେଉଥିଲେ। ତା ଛଡା କେଏଲ ରାହୁଲ ଯୋରଦାର ବ୍ୟାଟିଂ କରି କୋହଲିଙ୍କ ଟିମକୁ ଖୁବ୍ ଅଡୁଆରେ ପକାଇଥିଲେ। କୋହଲି ମଧ୍ୟ କେଏଲ ରାହୁଲଙ୍କ ଦୁଇଟି କ୍ୟାଚ୍ ମିସ୍ କରିଥିଲେ। ଏହାପରେ କୋହଲି ବାଉଣ୍ଡ୍ରୀରେ ଖୁବ୍ ହତାଶ ଓ ନିରାଶ ହୋଇପଡିଥିବାର ଦେଖିବାକୁ ମିଳିଥିଲେ।