Odia News Portal

ବାଲେଶ୍ବର ବିଜେପି କର୍ମୀ ବିଜେଡିରେ

ବାଲେଶ୍ବର()  ବାଲେଶ୍ବରରେ ବିଜେପିରେ ଅର୍ନ୍ତଦ୍ବନ୍ଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ବିଜେପିର ବହୁ ଛାମୁଆ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗ ଦେବାକୁ ଲାଗିଛନ୍ତି । ଦଳ ଛାଡି ବିଜେଡି ମୁହାଁ ହୋଇଛନ୍ତି ।

ବିଜେଡିର ଯୁବନେତା ଦେବପ୍ରିୟ ପାତ୍ରଙ୍କ ନେତୃତ୍ବରେ ବାଲେଶ୍ବର ସଦର ବେଲବାହାଳି ପଂଚାୟତରେ ବିଜେପିର ବହୁ ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି । ପଞ୍ଚାୟତର ଯାଫରୁଦିନ ଅଲ୍ଲୀ ଖାନ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିର ଯୋଗଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ଯୁବ ନେତା ଦେବପ୍ରିୟ ପାତ୍ର ଓ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ବିଜେଡିର ଯୁବ ନେତାମାନେ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଅଭିମୁଖ୍ୟକୁ ଗାଁଗାଁରେ ପହଁଚାଉଛନ୍ତି । ବାଲେଶ୍ବର ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟ ଟିକା ପିନ୍ଧାଇବାକୁ ସୁପ୍ରିମୋଙ୍କ ରଣନୀତିରେ ଯୁବ ନେତାମାନେ ଜଣେ ଜଣେ ସେନାନୀ ସାଜିଛନ୍ତି ।