Odia News Portal

ଆଜି ୪୩୪୦ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୬ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୬୮୮୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୧୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୫୫ , ବାଲେଶ୍ୱରରେ ୧୬୨ , ବରଗଡ଼ରେ୧୦୮ , ଭଦ୍ରକରେ୧୦୫ , ବଲାଙ୍ଗୀରରେ ୫୩ , ବୌଦ୍ଧରେ ୬୭ , କଟକରେ ୫୬୭ , ଦେବଗଡ଼ରେ୨୨ , ଢେଙ୍କାନାଳରେ ୫୬ , ଗଜପତିରେ ୧୯ , ଗଞ୍ଜାମରେ ୯୦ , ଜଗତସିଂହପୁରରେ୧୯୩ , ଯାଜପୁରରେ ୧୫୧, ଝାରସୁଗୁଡ଼ାରେ ୧୭୪ , କଳାହାଣ୍ଡିରେ ୫୮ , କନ୍ଧମାଳରେ ୧୪୩ , କେନ୍ଦ୍ରାପଡ଼ାରେ ୧୦୯, କେନ୍ଦୁଝରରେ୯୦ , ଖୋର୍ଦ୍ଧାରେ ୬୫୩ , କୋରାପୁଟରେ୭୭, ମାଲକାନାଗିରିରେ ୩୪ , ମୟୂରଭଞ୍ଜରେ୧୨୭ , ନବରଙ୍ଗପୁରରେ୧୪୩ , ନୟାଗଡ଼ରେ୮୪ , ନୂଆପଡ଼ାରେ୭୪ , ପୁରୀରେ ୨୦୩ , ରାୟଗଡ଼ାରେ ୬୨ , ସମ୍ବଲପୁରରେ ୧୩୦, ସୋନପୁରରେ୧୨୯ ଓ ସୁନ୍ଦରଗଡ଼ରେ ୧୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ ପୁଲରୁ ୧୬୪ ଜଣ ଚିହ୍ନଟ ହୋଇଛନ୍ତି ।