Odia News Portal

କରୋନା ନେଲା ଆଉ ୧୫ ଜୀବନ, ମୟୂରଭଞ୍ଜରୁ ସର୍ବାଧିକ

ଭୁବନେଶ୍ୱର () ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୧୯୬ରେ ପହଞ୍ଚôଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ, ଓ ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ଢେଙ୍କାନାଳ, ଭୁବନେଶ୍ୱର, ସୁବର୍ଣ୍ଣପୁର ଜିଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ସେହିପରି ରାଉରକେଲା, କଟକ ଓ ପୁରୀ ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।