Odia News Portal

ରାଜଧାନୀରେ କମିଲା ସଂକ୍ରମଣ , ବଢ଼ିଲା ସୁସ୍ଥ

୨୪ ଘଂଟାରେ ୮୧୧ ପଜିଟିଭ୍ , ୧୦୪୬ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଆଉ ୮୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୬୮ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୬୪୩ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୦୪୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।


ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖଣ୍ଡଗିରି ରୁ ୩୬ ଜଣ, ପାତ୍ରପଡାରୁ ୩୨ ଜଣ, ଚନ୍ଦ୍ରଶେଖରପୁରରୁ ୩୧ ଜଣ ,ଓଲ୍ଡ ଟାଉନ୍ ରୁ ୨୭ ଜଣ , ନୟାପଲ୍ଲୀରୁ ୨୧ ଜଣ, ଡୁମଡୁମାରୁ ୨୧ ଜଣ , ବରମୁଣ୍ଡା , ଲକ୍ଷ୍ମୀସାଗର ,ଝାରପଡା ଓ ୟୁନିଟ୍ ୬ ରୁ ୧୭ ଜଣ ଲେଖାଏଁ ,ଶୈଳଶ୍ରୀବିହାରରୁ ୧୬ ଜଣ, ସହୀଦନଗର ରୁ ୧୫ ଜଣ ଆକ୍ରାନ୍ତ ରହିଛନ୍ତି ।
ସେହିପରି ପଟିଆରୁ ୧୫ ଜଣ, ଚନ୍ଦ୍ରଶେଖରପୁରରୁ ୧୪ ଜଣ, ରସୁଲଗଡରୁ ୧୨ ଜଣ, ଓଲ୍ଡଟାଉନ୍ ରୁ ୧୦ ଜଣ,ଖଣ୍ଡଗିରିରୁ ୮ ଜଣ, ବଡଗଡ ଓ ଝାରପଡାରୁ ୭ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି ।
ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୭୮୪ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୬୪୧୭୫ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୨୫୦ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୩୮ ରହିଛି ।
……….