Odia News Portal
Monthly Archives

January 2019

ବେଲବାହାଳି ବଜାରରେ ଗୁଳି ମାଡ଼

ଆନନ୍ଦପୁର: ବିଚ ବଜାରରେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ବଜାରରେ ଘଟିଛି ଏଭଳି ଘଟଣା । ଆଜି ଅପରାହ୍ନରେ ବେଲବାହାଳି ବଜାର ଦେଇ ଘଷିପୁରାର ନିରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀ ଅନ୍ୟ ଦୁଇ ଜଣଙ୍କ ସହ ସ୍କର୍ପିଓ ଗାଡ଼ିରେ…

କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି : ୮୦ଜଣ ବିଧାୟକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି

କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି । ବିଧାନସଭାରେ କଂଗ୍ରେସର ୮୦ଜଣ ବିଧାୟକ ଥିବା ବେଳେ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ଯଦି କୌଣସି ବିଧାୟକ ବୈଠକରେ ସାମିଲ ନହୁଅନ୍ତି, ସେମାନଙ୍କୁ ପାର୍ଟିର ସଦସ୍ୟତା  ଛାଡିବାକୁ ହେବ ବେ।ଲି ଚେତାବନୀ ଦେଇଛନ୍ତି ପୂର୍ବତନ…

ମାର୍ଚ୍ଚରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା !

ଭୁବନେଶ୍ବର: ସାଧାରଣ ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ । ଏଭଳି ଏକ ସୂଚନା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ଏକ ସୂତ୍ରରୁ ହସ୍ତଗତ ହୋଇଛି । ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୩ ତାରିଖରେ ସରୁଛି । ତେଣୁ କେବେ ଓ କେତୋଟି ପର୍ଯ୍ୟାୟରେ…

ଯାଜପୁରରେ ଚାଲିଛି ଜାଲ ନୋଟ୍‌ କାରବାର !

ଯାଜପୁର ଟାଉନ୍‌: ଯାଜପୁରରେ ଚାଲିଛି ଜାଲ ନୋଟ୍‌ କାରବାର । ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ସଂପୃକ୍ତ ଅଛନ୍ତି ଜଣେ ମହିଳା । ଗତକାଲି ଏହି ମହିଳାଙ୍କ ଠାରୁ ୧୬ ହଜାର ଟଙ୍କା ନକଲି ନୋଟ ଜବତ ହେବା ପରେ ପୋଲିସର ଚିନ୍ତା ବଢ଼ିଯାଇଛି । ପୋଲିସ ଆଜି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ।…

୯୨ ଜଣ ଇଞ୍ଜିନିୟରଙ୍କୁ OPTCLରେ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓପିଟିସିଏଲ୍‌ରେ ନିଯୁକ୍ତ ହେଲେ ୯୨ ଜଣ ନୂଆ ଇଞ୍ଜିନିୟର। ସେମାନଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଟିମ୍‌ ୱାର୍କ, ଟ୍ରାନ୍‌ସପେରେନ୍‌ସି ଏବଂ ଟେକ୍ନୋଲୋଜି, ଏହି ଥ୍ରୀ-ଟି ମନ୍ତ୍ରକୁ ଅନୁସରଣ କରିବାକୁ ନବୀନ ଦେଇଛନ୍ତି…

ମେଲବର୍ଣ୍ଣରେ ନୂଆ ଇତିହାସ ଲେଖିଲା ଭାରତୀୟ

ମେଲବର୍ଣ୍ଣ : ମେଲବର୍ଣ୍ଣରେ ନୂଆ ଇତିହାସ ଲେଖିଲା ଭାରତୀୟ କ୍ରିକେଟ୍‌ ଦଳ । ଚହଲଙ୍କ ଚାଲ୍‌ ଓ ଧୋନିଙ୍କ ଧୈର୍ଯ୍ୟ ଆଜି ଅନ୍ତିମ ଦିନିକିଆ ସହ ଭାରତକୁ ସିରିଜ୍‌ ବିଜୟୀ କରାଇଛି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ଟେଷ୍ଟ ସିରିଜ୍‌ରେ ପ୍ରଥମ ଥର ହରାଇବା ପରେ ପ୍ରଥମ ଥର ଦିନିକିଆ ସିରିଜ୍‌ ମଧ୍ୟ…

ପୁରୁଣା ସ୍ମୃତି: ବିଜୁ ବାବୁଙ୍କ କଥା

ଭଦ୍ରକ: ପାଇଖାନାର କବାଟର ବନ୍ଧ, ବିଜୁ ବାବୁଙ୍କ ମୁଣ୍ଡରେ ଲାଗିଲା । ବିଜୁ ବାବୁ କହିଲେ , କବାଟର ହାଇଟ ବଢାଇ ଦେବ । ଆଉ ତା ପରେ କାନ୍ଥକୁ ଭାଙ୍ଗି , ବନ୍ଧ ହାଇଟ କରାଗଲା । ଏମିତି କିଛି ସ୍ମୃତିକୁ ସାଇତି ରଖିଛନ୍ତି ଭଦ୍ରକ ସାଳନ୍ଦୀ ଆଇ.ବି.ର କର୍ମଚାରୀ ସୁଧୀର ପ୍ରଧାନ । ଭଦ୍ରକ ବାଇପାସରେ…

ଅନ୍ଧବିଶ୍ୱାସର ଆଉ ଏକ ନମୂନା ! କୁକୁର ସହ ଝିଅ ବାହାଘର

ଯାଜପୁର : ଅନ୍ଧବିଶ୍ୱାସର ଆଉ ଏକ ନମୂନା । କାମ ଦେଉନି ସଚେତନତା ଅବା ଏକବିଂଶ ଶତାବ୍ଦୀର ସଭ୍ୟତା । କୁକୁର ସହ ବାହାଘର ହେଲା ଶିଶୁକନ୍ୟାର । ଘଟଣା ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ରେ । ୧୬ ନମ୍ବର ଜାତୀୟ ରାଜପଥ ନିକଟ ବଡ଼ଚଣା ମେଡିକାଲ ଓ ଥାନା ଠାରୁ ଅଳ୍ପ ଦୂରରେ ଗତ ମଙ୍ଗଳବାର ଦିନ…

ସୁପ୍ରତିଭ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା

ପୁରୀ: ଓଡ଼ିଶା ଶ୍ରୀ ହୋଇଛନ୍ତି ପୁରୀର ସୁପ୍ରତିଭ ଖୁଣ୍ଟିଆ । ଗତ ୧୩ରେ ବଲାଙ୍ଗୀର କୋଶଳ କଳା ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଶ୍ରୀ ପ୍ରତିଯୋଗିତାରେ ଓଡିଶା ଶ୍ରୀ ହୋଇଛନ୍ତି ସୁପ୍ରତିଭ । ପୁରୀ ଜିଲ୍ଲା ଆମେଚର ବଡ଼ି ବିଲଡର୍ସ ଆସୋସିଏସନ୍ ପକ୍ଷରୁ ବ୍ୟାୟାମ ଭବନରେ ଆୟୋଜିତ ଉତ୍ସବରେ…

ପେପର ଠୁଙ୍ଗା କରି ରୋଜଗାର କରୁଛନ୍ତି ମହିଳା, ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ପେପର ଠୁଙ୍ଗା କରି ରୋଜଗାର କରୁଛନ୍ତି ମହିଳା। ସମ୍ବଲପୁର ଭତ୍ତରାର ଦୁଇ ଏସ୍ଏଚ୍ଜି ଗ୍ରୁପ୍ର ସଦସ୍ୟ ମାନେ ଠୁଙ୍ଗା ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ଭୀ। ଏମାନଙ୍କର କାମକୁ ଜିଲ୍ଲାପାଳ ପ୍ରଂଶସା କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଚାଲିଛି ଠୁଙ୍ଗା ତିଆରି କାମ। ନିଜର…