Odia News Portal

କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି : ୮୦ଜଣ ବିଧାୟକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି

କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି । ବିଧାନସଭାରେ କଂଗ୍ରେସର ୮୦ଜଣ ବିଧାୟକ ଥିବା ବେଳେ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ଯଦି କୌଣସି ବିଧାୟକ ବୈଠକରେ ସାମିଲ ନହୁଅନ୍ତି, ସେମାନଙ୍କୁ ପାର୍ଟିର ସଦସ୍ୟତା  ଛାଡିବାକୁ ହେବ ବେ।ଲି ଚେତାବନୀ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ।

କଂଗ୍ରେସ ବୈଠକରେ ପହଞ୍ଚିନଥିବା ୫ଜଣ ବିଧାୟକ ହେଲେ ରମେଶ ଜରକୀହେ।ଲୀ, ମହେଶ କୁମାତହଲ୍ଲୀ, ଉମେଶ ଯାଦବ, ନାରାୟଣ ରାଓ ଏବଂ ବି.ନଗେନ୍ଦ୍ର । ତେବେ ଏମାନଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦରୁ ବାଙ୍ଗଲା।ର ଅଭିମୁଖେ ବାହାରିଥିବା  ବେଳେ ଅନ୍ୟ ଜଣେ କେ।ର୍ଟ କାର୍ଯ୍ୟରେ ବ୍ୟସ୍ତ ଥିବା ସୂଚନା ମିଳିଛି । ସମସ୍ତ ବିଧାୟକଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି । କିନ୍ତୁ କାହାକୁ ମନ୍ତ୍ରୀ କରିବାକୁ ପ୍ରତିଶ୍ରୃତି ଦିଆଯାଇନଥିବା କହିଛନ୍ତି ସିଦ୍ଧରମେୟା ।

ତେବେ କଂଗ୍ରେସର ସୂତ୍ର ଅନୁସାରେ ସମସ୍ତ ବିଧାୟକ ହାଇ କମାଣ୍ଡଙ୍କ ସହ ଆଲେ।ଚନା କରିସାରିଛନ୍ତି । ତେଣୁ ଦଳ ବଦଳ ବିରେ।ଧୀ ଆଇନର ପ୍ରଶ୍ନ ଉଠୁନି । ତେବେ କଂଗ୍ରେସ ଏବଂ ଜେଡିଏସର ସମସ୍ତ ୧୦୪ଜଣ ବିଧାୟକ ପାର୍ଟି ପାଇଁ ଚିନ୍ତିତ । ଏବଂ ସମସ୍ତେ ଲେ।କସଭା ନିର୍ବାଚନୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଅନ୍ୟପଟେ ବୈଠକ ପରେ କିଛି ବିଧାୟକ ମୁମ୍ବାଇ ଫେରି ଆସିବେ । ଏବେବି ଅପରେସନ ଲେ।ଟସ୍ ଚାଲିଛି ବେ।ଲି ସଙ୍କେତ ଦେଇଛନ୍ତି ବିଜେପି ନେତା ସତୀଶ ରେଡ୍ଡି ।