Odia News Portal
Monthly Archives

April 2019

ପୁଣି ୧୬ଲକ୍ଷ ଟଙ୍କା ଜବତ

ପୁରୀ : କାକଟପୁରରୁ ୧୬ଲକ୍ଷ ଟଙ୍କା ଜବତ। ଫ୍ଳାଂଇ ସ୍କ୍ବାଡର ଚଢାଉ ବେଳେ ଏହି ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ତେବେ ଏହା କାହାର ଟଙ୍କା ସେ ନେଇ କୌଣସି ସୂଚନା ମିଳିପାରିନଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ଜ୍ଯୋତିପ୍ରକାଶ ଦାଶ ।

ସଙ୍ଗୀତରେ ନିଜର ଭାଗ୍ୟ ପରୀକ୍ଷା କରିବେ ଧକ୍ ଧକ୍ ଗାର୍ଲ

ଦର୍ଶକଙ୍କୁ ମତୁଆଲା କରିବାକୁ ମଇଦାନକୁ ଓହ୍ଲେଇବେ ମାଧୁରୀ । ଆସୁଥିବା ଫିଲ୍ମ ‘କଳଙ୍କ’ରେ ‘ତବାହ ହୋ ଗଏ’ ଗୀତରେ ତାଙ୍କର ନୃତ୍ୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଅଭିନୟ ଓ ନୃତ୍ୟରେ ନିଜର ଯାଦୁ ଦେଖାଇ ସାରିଥିବା ମାଧୁରୀ ଆଗକୁ ସଙ୍ଗୀତରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।…

୧୨୦ଟି ବଖରା ଭସ୍ମୀଭୂତ

ଆଖି ଆଗରେ ଭସ୍ମୀଭୂତ ହୋଇଗଲା ପୂରା ଜୀବନର ଜମାପୁଞ୍ଜି । ଏଭଳି ଏକ ଦୁଃଖଦ ଖବର ଅନୁଗୁଳ ଜିଲ୍ଲାରୁ ଆସିଛି । ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବାରୁ ଶୁକ୍ରବାର ୧୨୦ଟି ବଖରା ଭସ୍ମୀଭୂତ ହୋଇଯାଇଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।…

ସ୍ନାତକ ନା ଦ୍ୱାଦଶ, ସ୍ମୃତିଙ୍କ ତଥ୍ୟରେ ନାହିଁ ତାଳମେଳ

ଆମେଠିରୁ ଲୋକସଭା ନିର୍ବାଚନ ଆସନରୁ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହିକ୍ରମରେ ଗତକାଲି ରାହୁଲ ଏବଂ ସ୍ମୃତି ନିଜ ନିଜର ନାମାଙ୍କନ ଭରିଛନ୍ତି । ତେବେ ଏହି ସମୟରେ ସ୍ମୃତି ନିଜ ସତ୍ୟପାଠରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେ ପୁଣି ଥରେ ବିରୋଧୀଙ୍କ ନଜରକୁ…

ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ରାୟଗଡ଼ା, ବୌଦ, ସୋନପୁର ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

୨୦୧୪ରେ ଆୟ ସର୍ମ୍ପକରେ ଭୁଲ ତଥ୍ୟ ଦେଇଥିଲେ ବୈଜୟନ୍ତ

୨୦୧୪ରେ ବୈଜୟନ୍ତ ନିଜ ଆୟ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିଲେ । କୌଣସି ପାରିବାରିକ କମ୍ପାନୀରୁ ଆୟ ହେଉନଥିବା ସତ୍ୟପାଠରେ ଦର୍ଶାଇ ଥିଲେ ବୈଜୟନ୍ତ ପଣ୍ଡା ।କିନ୍ତୁ ୨୦୧୯ରେ ସତ୍ୟପାଠରେ ଏନେଇ ଉଲ୍ଲେଖ କରିଛନ୍ତି ବୈଜୟନ୍ତ । ଚାରିଆଡୁ ଚାପ ଓ ନିନ୍ଦା ପରେ ୨୦୧୯ରେ ପାରିବାରିକ କମ୍ପାନୀରୁ ନେଇଥିବା…

ଓଡ଼ିଶାରେ ହୋଇଛି ୭୩.୭୬% ଭୋଟ: ସିଇଓ

ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟରେ ପ୍ରଥମ ଚରଣରେ ୭୩.୭୬% ପ୍ରତିଶତ ମତ ସଂଗ୍ରହ ହୋଇଛି । ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଗତକାଲି ଭୋଟ ଗ୍ରହଣ…

ବିଜେପି ଆସିଲେ କେନ୍ଦୁଝରରେ ଦ୍ୱିତୀୟ ମେଡିକାଲ କଲେଜ: ଶାହା

କେନ୍ଦୁଝରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉଦବୋଧନ। ମେଡିକାଲ କଲେଜ ଜନସଭାରେ ଉଦବୋଧନ ଦେଇ ଦଳ କ୍ଷମତାକୁ ଆସିଲେ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ଅମିତ। ଏହାସହ ଊଗୠ ପାଣ୍ଠିର ଠିକ ଉପଯୋଗ ହୋଇନଥିବା ଅଭିଯୋଗ କରିଛନ୍ତି। ମୋଦି ସରକାର ୧୬ଶହ କୋଟି ଟଙ୍କା…

ସାଢେ ୪ କୋଟି ଓଡିଆ ମୋ ପରିବାର: ନବୀନ

ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାଜ୍ୟର ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏହି ପର୍ୟ୍ୟାୟରେ ହେବାକୁ ଥିବା ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା, ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । ଏହି କ୍ରମରେ ଆଜି ଆସ୍କା…

ରାହୁଲ ଗାନ୍ଧିଙ୍କୁ ହତ୍ୟା ଉଦ୍ୟମ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିଜ ନିର୍ବାଚନ ମଣ୍ଡଳୀ ଆମେଠିରେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। କଂଗ୍ରେସ ପକ୍ଷରୁ ଅଭିଯୋଗ କରି କୁହାଯାଇଛି, ସୁରକ୍ଷାରେ ଅବହେଳା କାରଣରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ରାହୁଲ ଆମେଠି ଗସ୍ତରେ ଯାଇଥିବା…