Odia News Portal
Monthly Archives

June 2025

 ପାଣି ଟୋପାଏ ଦେଲାନି ପୋଲିସ, ଛଟପଟ ହୋଇ ମରିଗଲା ମୋ ସ୍ତ୍ରୀ

ପୁରୀ ଶରଧାବାଲିରେ ଅଘଟଣ । ଦଳାଚକଟା କାରଣରୁ ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ଜଣେ ମୃତକ ଖୋର୍ଦ୍ଧାର ବାସନ୍ତୀ ସାହୁ ପ୍ରଶାସନିକ ବିଫଳତା ଆଡକୁ ଇଙ୍ଗିତ କରିଛନ୍ତି। ପୋଲିସ ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଅଚାନକ ଟ୍ରକ ପସି ଆସିବା କାରଣରୁ ଭକ୍ତ ମାନଙ୍କ

ତମେ ଚାହିଁଛ ବୋଲି ଚକାଆଖି: ଏ ଜଗତକୁ ଦେଖିବା ପାଇଁ, ତେଣୁ ତ ଜଗା ପଲକ ପକାଏ ନାହିଁ

ଭଲା ଆଖି ହଳେ ପାଇଛ ହେ ପ୍ରଭୁ, ଭଲା ଆଖି ହଳେ ପାଇଛ.. ସଂସାରଟା ସାରା ଯିଏ ବି ଦେଖୁଛି, ତାକୁ ଲାଗୁଛି ତମେ ତାକୁ ହିଁ କେବଳ ଚାହିଁଛ.. ସତରେ, ଚକାଡୋଳାରେ କି ଯାଦୁ ଅଛି କେଜାଣି । ଯାହାକୁ ଦେଖିଲେ ସବୁ ଦୁଃଖ, ସବୁ ଯନ୍ତ୍ରଣା କୁଆଡେ ପଳାଏ କିଛି ଜଣା ପଡେନି । ମଣିଷ କେତେ କଥା ଭାବିକି

ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ, ସହର ସାରା ପଇଁତରା ମାରୁଛି ଡ୍ରୋନ୍‌

ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି । ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି। ରଥରେ ବିରାଜମାନ କରି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବେ ବ୍ରହ୍ମାଣ୍ଡ ଠାକୁର ।

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା ; ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟ କରାଯାଉଛି । ଏ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗାମୀ ଦିନରେ ଜନଜାତିର ଗରିବ

କାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର

ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆଜିଠୁ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର ପୁରୀ । ଆଜି ଆଜ୍ଞାମାଳ ଆସିବା ପରେ ସିଂହଦ୍ବାରକୁ ଟଣାହେବ ୩ ରଥ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁରୀରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ଶ୍ରୀମନ୍ଦିରରେ ନବଯୌବନ

ନିଶାମୁକ୍ତ ରାଜ୍ୟ ଗଠନ ପାଇଁ ଟେଲିଭିଜନ କ୍ୟାମ୍ପେନ୍

ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତ ଏକ ପଦଯାତ୍ରା ଗୁରୁବାର ଜୁନ୍ ୨୬ରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ଅଧିକ ସଂଖ୍ୟକ ଯୁବ ପିଢ଼ି ସାମିଲ ହୋଇଥିଲେ । ଏହି ଦିବସରର ଶୀର୍ଷକ ଥିଲା, ଆମେ ସଂକଳ୍ପ ନେବା

ଅସନ୍ତୋଷ ଝାଡ଼ିଲେ ମୁଖ୍ୟମନ୍ତ୍ରୀ: ଯନ୍ତ୍ରୀ ବସିଛନ୍ତି, ଆଉଟ୍‌ସୋର୍ସିଂ କାହିଁକି

ପୂର୍ତ୍ତ ବିଭାଗରୁ ଆରମ୍ଭ କରି ଜଳସମ୍ପଦ ବିଭାଗରେ ମୁଖ୍ୟ ଯନ୍ତ୍ରୀ ଡିଜାଇନ୍, ମୁଖ୍ୟ ଯନ୍ତ୍ରୀ ପ୍ଲାନିଂ ଭଳି ପଦବି ଅଛି। ସେଥିରେ ମୁଖ୍ୟ ଯନ୍ତ୍ରୀମାନେ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଆଦି

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା : ରାଜଧାନୀ ରାଜରାସ୍ତାରେ ଗର୍ଜୁଛନ୍ତି ବିଜେଡି କର୍ମୀ ଓ ସମର୍ଥକ

ରାଜ୍ୟରେ ନାରୀ ଆଉ ନାହାଁନ୍ତି ସୁରକ୍ଷିତ । ପ୍ରତ୍ୟେକ ଦିନ ନାରୀ ହେଉଛି ନିର୍ଯାତିତ । ସେଥିପାଇଁ ଆଜି ରାଜ୍ୟ ବିଜେଡି ଡାକରାରେ ରାଜ୍ୟର ବିଭିନ କଲେଜ ସମ୍ମୁଖରେ ଛାତ୍ର ,ଯୁବ ବିଜେଡି କରୁଛି ପ୍ରତିବାଦ । ଆଜି ବେଲଗଡ଼ ପିଏନ କଲେଜ ସମ୍ମୁଖରେ ବିଜେଡି କରିଛି

ବରଗଡ଼ ଭେଡେନ୍ ବ୍ଲକ ଖୁଣ୍ଟୁଲିପାଲି ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା

ଭେଡେନ ବ୍ଲକ ଖୁଣ୍ଟୁଲିପାଲି ମଣ୍ଡିରେ ଧାନ କିଣାଵିକାରେ ଅବ୍ୟବସ୍ଥା  ।   ମଣ୍ଡିରେ ଧାନ ନ ଉଠିବାରୁ ଡାଲବ ଛକ ଠାରେ ଧାନ ବସ୍ତା ରଖି ଚାଷୀ ରାସ୍ତା ରୋକ କରିଛନ୍ତି ।  ଗୋଡ଼ଭୋଗା-ସୋନପୁର ୫୪ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି  ।   ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ

ସୁନାପୁଅ ଶୁଭାଂଶୁ ପାଇଁ ଭାରତ ଗର୍ବିତ, ଖୁସିରେ ଆତ୍ମହରା ବାପାମାଆ

ଭାରତ ପାଇଁ ଆଜି ଗର୍ବ ଓ ଗୌରବର ଦିନ । ଆଉ କିଛି ସମୟ ପରେ ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ନାଁକୁ ସ୍ବର୍ଣ୍ଣାକ୍ଷରେ ଲେଖିବେ ଭାରତର ସୁନାପୁଅ ଶୁଭାଂଶୁ । କାରଣ ଆଜି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ଆଜି ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍